ସ୍ନାନ ବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ ବେଳେ ଅଘଟଣ : ଦର୍ଶନ ବେଳେ ଅସୁସ୍ଥ ହୋଇପଡିଥିବା ଥିବା ମହିଳାଙ୍କ ମୃତ୍ୟୁ

27

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ବେଳେ ଘଟିଛି ଅଘଟଣ । ଜଣେ ମହିଳା ଭକ୍ତଙ୍କ ମୃତ୍ୟୁ ଘଟିଛି । ଶ୍ରୀଜିଉଙ୍କ ଗଜାନନ ବେଶ ଦର୍ଶନ କରିବା ବେଳେେ ଭକ୍ତ ଜଣକ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମହିଳା ଜଣକ ହେଲେ ପୁରୀ ନରେନ୍ଦ୍ରକୋଣ ଅଂଚଳର ଅନ୍ନପୂର୍ଣ୍ଣା ବେହେରା ବୋଲି ଜଣାପଡିଛି । ଏପରିକି ଦର୍ଶନ ବେଳେ ତାଙ୍କର ଚେନ୍ ଲୁଟ୍ ହୋଇଥିବା ସୂଚନା ମିଳିଛି ।