ମୃତ୍ୟୁ ପୂର୍ବର ଅଧଘଣ୍ଟା ! ୧୨ଟାରେ ନିଆଁ ଲିଭାଇ କାଟିଲେ କେକ୍. ସାଢେ ୧୨ରେ ନିଆଁ ନେଇଗଲା ଜୀବନ

100

ମୁମ୍ବାଇର କମଲା ମିଲ୍ସ କମ୍ପାଉଣ୍ଡର ବନ ଅବବ ପବରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଅନେକ ପରିବାରର ହସ ଖୁସିରେ ନିଆଁ ଲଗାଇ ଦେଇଛି । ଏହି ଅଗ୍ନିକାଣ୍ଡରେ ୧୪ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଏପରିକି ଜନ୍ମଦିନ କେକ କାଟି ଖୁସି ମନାଉଥିବା ଖୁସୁବୁଙ୍କ ଜୀବନକୁ ମଧ୍ୟ ଜାଳିପୋଡି ପାଉଁସ କରିଦେଇଛି ଏହି ଭୟାବହ ଅଗ୍ନିକାଣ୍ଡ । ଜନ୍ମଦିନରେ ଚାଲିଯାଇଛି ଖୁସୁବୁଙ୍କ ଜୀବନ । ଯାହା ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

mumbai-pub-fire-norms-flouted-owners-bookedସମୟ ରାତି ୧୨ଟା । ୨୯ ତମ ଜନ୍ମଦିନ ପାଳନ କରିବା ପାଇଁ ସାଙ୍ଗସାଥୀଙ୍କ ସହ ଖୁସୁବୁ ପହଞ୍ଚଥିଲେ ବନ ଅବବ ପବରେ । ଘଣ୍ଟାରେ ୧୨ଟା ବାଜିବା ପରେ ଆରମ୍ଭ ହୋଇ୍ଥିଲା ସେଲିବ୍ରେସନ । ସାଙ୍ଗସାଥୀଙ୍କ ସହ କେକ କାଟିବା ସହ ଖୁସିରେ ନାଚି ଉଠିଥିଲେ ଖୁସୁବୁ । ଏପରିିକି ଏଇ ଖୁସିର ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିଥିଲେ ଖୁସୁବୁଙ୍କ ସାଙ୍ଗ । ବାର୍ଥଡେ ସେଲିବ୍ରେସନ ପାର୍ଟିରେ କମ୍ପି ଉଠୁଥିଲା ପୂରା ଫ୍ଲୋର । କିନ୍ତୁ ହଠାତ ଖୁସୁବୁଙ୍କ ହସଖୁସିର ଜୀବନରେ ଅନ୍ଧକାର ଘୋଟିଗଲା । କେକରୁ ଯେତେଟି ମହମବତୀ ଖୁସୁବୁ ଲିଭାଉଥାନ୍ତି ମୃତ୍ୟୁ ସେତିକି ପାଖକୁ ଆସୁଥାଏ । କେହି କିଛି ଭାବିବା ପୂର୍ବରୁ ପବରେ ଭୟାନକ ଅଗ୍ନିକାଣ୍ଡ ଆରମ୍ଭ ହୋଇଗଲା ।

ରାତି ପ୍ରାୟ ୧୨.୩୦ ସମୟରେ ପୂରା ପବରେ ନିଆଁ ବ୍ୟାପିଗଲା । କିଛି ସମୟ ପୂର୍ବରୁ ହସଖୁସିରେ ଫାଟିପଡୁଥିବା ପବରେ ଶୁଭିଲା ଭୟଙ୍କର ଚିକ୍ରାର । ଖୁସୁବୁ ଓ ତାଙ୍କ ସାଙ୍ଗ ଜୀବନ ବଞ୍ଚାଇବା ପାଇଁ ବାଥରୁମକୁ ବାଛି ନେଇଥିଲେ । ଏପରିକି ନିଆଁ ଯେପରି ବାଥରୁମକୁ ନ ବ୍ୟାପିବ ସେଥିପାଇଁ ବାଥରୁମର ସମସ୍ତ ଟ୍ୟାପ ଓ ସାୱାରକୁ ଖୋଲି ଦେଇଥିଲେ । ନିଆଁ ସିନା ବାଥରୁମ ଭିତରକୁ ବ୍ୟାପି ପାରିନଥିଲା କିନ୍ତୁ ପ୍ରବଳ ମାତ୍ରାରେ ଧୂଆଁ ବାଥରୁମରେ ଭରି ଯାଇଥିଲା । ପୂରା ଧୂଆଁମୟ ହୋଇଯାଇଥିଲା ବାଥରୁମ । ଆଉ ଏହାର ପ୍ରଭାବରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ ବାଥରୁମରେ ଥିବା ଯୁବତୀ । ଉଦ୍ଧାରକାରୀ ଦଳ ବାଥରୁମ ଭାଙ୍ଗି ଯାହା ଦେଖିଥିଲେ ତାହା ବେଶ ହୃଦୟବିଦାରକ ଥିଲା ।ଶ୍ୱାସରୁଦ୍ଧ ହୋଇ ଖୁସୁବୁଙ୍କ ସମେତ ଅନ୍ୟ ୧୧ ଜଣ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସମସ୍ତ ଯୁବତୀ ଖୁସୁବୁଙ୍କ ଜନ୍ମଦିନ ପାଳନ କରିବାକୁ ପବକୁ ଆସିଥିଲେ ।

mumbai-647_122917120005ଏହି ଭୟାବହ ଅଗ୍ନିକାଣ୍ଡ ସମୟରେ ପବରେ ପ୍ରାୟତଃ ୧୫୦ ଜଣ ଥିଲେ । କିନ୍ତୁ ଲାଗିବା ପରେ ପବ କର୍ମଚାରୀ ସାହାଯ୍ୟ କରିବା ପରିବର୍ତ୍ତେ ବାହାରକୁ ପଳାଇ ଯାଇଥିଲେ । ଏହି ଘଟଣା ପାଇଁ ବିଏମସିର ପାଞ୍ଚ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏହାସହ ଏହି ପବର ମାଲିକଙ୍କୁ ଏବେ ପୋଲିସ ଖୋଜୁଛି । ତେବେ ଏତେବଡ ଅଗ୍ନିକାଣ୍ଡ ହୋଇଥିଲେ ମଧ୍ୟ ନିଆଁ ଲାଗିବାର ପ୍ରକୃତ କାରଣ ଏଯାଏଁ ଜଣା ପଡିନାହିଁ । ତେବେ ଖୁସୁବୁଙ୍କ ମୃତ୍ୟୁ ପାଇଁ ପବ ଦାୟୀ ବୋଲି ପରିବାର ଲୋକ କହିଛନ୍ତି । କାରଣ ରେଷ୍ଟୁରାଣ୍ଟରେ ନିଆଁକୁ ଆୟତ୍ତ କରିବା ପାଇଁ କୌଣସି ଉପକରଣ ନଥିବାରୁ ଏତେବଡ ଦୁର୍ଘଟଣା ହେଲା ବୋଲି ଖୁସୁବୁଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।