ମୟୂରଭଂଜ ବାଙ୍ଗିରିପୋଷିରେ ମରିଗଲା ମାନବିକତା ! ପିଲାଚୋରୀ ସନ୍ଦେହରେ ମହିଳାଙ୍କୁ ଗଛରେ ବାନ୍ଧି, ପିଟିପିଟି ହତ୍ୟା କଲେ ଗ୍ରାମବାସୀ

68

କନକ ବ୍ୟୁରୋ : ପିଲାଚୋରୀ ସନ୍ଦେରରେ ମହିଳାଙ୍କୁ ପିଟିପିଟି ହତ୍ୟା । ସାରା ରାତି ଗାଁ ମୁଣ୍ଡ ଗଛରେ ବାନ୍ଧିବା ପରେ ପିଟିପିଟି ହତ୍ୟା କରିଛନ୍ତି ଗ୍ରାମବାସୀ । ଏଭଳି ଅମାନବୀୟ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଦୋମୁହାଁଣୀ ଗାଁରେ ।

ଗତକାଲି ଗାଁକୁ ଆସିଥିବା ଜଣେ ମହିଳାଙ୍କୁ ପିଲାଚୋରୀ ସନ୍ଦେହରେ ଅଟକ ରଖିଥିଲେ ଗ୍ରାମବାସୀ । ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀ ମହିଳା ଜଣଙ୍କୁ ଗାଁ ମୁଣ୍ଡରେ ଏକ ଗଛରେ ବାନ୍ଧି ଦେଇଥିଲେ । ଆଜି ସକାଳୁ ଶହଶହ ଗ୍ରାମବାସୀ ମହିଳାଙ୍କ ପାଖକୁ ଧାଇଁ ଆସିଥିଲେ । ପରେ ତାଙ୍କୁ ଛାଡି ଦିଆଯାଇଥିଲା । ମହିଳା ଜଣଙ୍କ ବହୁତ ଲୋକଙ୍କୁ ଦେଖି ଦୌଡି ପଳାଉଥିବା ବେଳେ ଗ୍ରାମବାସୀ ସଂଘବଦ୍ଧ ହୋଇ ତାଙ୍କୁ ଆକ୍ରମଣ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛି ।