ଟି-୨୦ ମହିଳା ବିଶ୍ୱକପରୁ ବାଦ ପଡିଲା ଟିମ ଇଣ୍ଡିଆ : ସେମିଫାଇନାଲରେ ୮ ୱିକେଟରେ ଭାରତକୁ ହରାଇଲା ଇଂଲଣ୍ଡ

155

କନକ ବ୍ୟୁରୋ : ଆଂଟିଗୁଆରେ ଖେଳାଯାଇଥିବା ଟ୍ୱି-ଟ୍ୱେଂଟି ମହିଳା ବିଶ୍ୱକପରେ ଭାରତ ବାଦ ପଡିଛି । ସେମିଫାଇନାଲରେ ଭାରତକୁ ୮ ୱିକେଟରେ ହରାଇଛି ଇଂଲଣ୍ଡ । ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୧୯ . ୩ ଓଭରରେ କରିଥିଲା ୧୧୨ ରନ । ଜବାବରେ ଇଂଲଣ୍ଡ ବ୍ୟାଟିଂ କରି ୮ ୱିକେଟରେ ମ୍ୟାଚକୁ ଜିତିନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଭଲ ପ୍ରଥମେ ପ୍ରଦର୍ଶନ କରିଥିଲା ।

କିନ୍ତୁ ପରେ ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟିଥିଲା । ୨୦୧୦ ପରେ ଭାରତ ପ୍ରଥମ ଥର ପାଇଁ ସେମିଫାଇନଲାକୁ ଯାଇଥିଲେ ବି ଫାଇନାଲରେ ପଂହଚିବାର ଆଶା ଧୂଳିସାତ ହୋଇଚି । ପୂର୍ବରୁ ୱେଷ୍ଟଇଣ୍ଡିଜକୁ ହରାଇ ଅଷ୍ଟ୍ରେଲିଆ ମହିଳା ଦଳ ଫାଇନାଲରେ ପଂହଚିସାରିଛି । ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିଥିବା ଭାରତ ସେମିଫାଇନାଲରୁ ବିଦା ହୋଇଛି । ଲିଗ୍ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆୟର୍ଲାଣ୍ଡ ଓ ଅଷ୍ଟ୍ରେଲିଆକୁ ହରାଇ ଗ୍ରୁପର ଶ୍ରେଷ୍ଠ ଦଳ ଭାବେ ସେମିଫାଇନାଲକୁ ଯାଇଥିଲା ଟିମ୍ ଇଣ୍ଡିଆ ।