ମୋଦିଙ୍କ ନୋଟବନ୍ଦୀ ବିରୋଧରେ ମହିଳା କଂଗ୍ରେସର ଥାଳି ବଜାଇ ପ୍ରତିବାଦ

33

କନକ ବ୍ୟୁରୋ : ମୋଦିଙ୍କ ନୋଟବନ୍ଦୀ ବିରୋଧରେ ମହିଳା କଂଗ୍ରେସର ଅଭିନବ ପ୍ରତିବାଦ । ସାରା ଦେଶରେ ଆଜି ମହିଳା କଂଗ୍ରେସ କର୍ମୀ ଥାଳି ବଜାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବିମୁଦ୍ରାକରଣ ନୀତିକୁ ନିନ୍ଦା କରିବା ସହ ଗରିବଙ୍କ ଜୀବନ ଜୀବିକା ସହ ବିଜେପି ଖେଳିଥିବା ଅଭିଯୋଗ କରିଛନ୍ତି । ରାଜଧାନୀର ଭୁବନେଶ୍ୱରରେ ମଧ୍ୟ ରାଜ୍ୟ ମହିଳା କଂଗ୍ରେସ କର୍ମୀ ଏହି ଅଭିନବ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

କଂଗ୍ରେସର ଅଭିଯୋଗ, ଗୃହିଣୀଙ୍କ ସଂଚିତ ଅର୍ଥକୁ ମୋଦି ଜୋରଜବରଦସ୍ତ ବ୍ୟାଙ୍କରେ ଜମା କରିବାକୁ ବାଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ ଗରିବ ଓ ଦିନମଜୁରୀଆଙ୍କ ରୋଜଗାରକୁ ଛଡାଇ ନେଇଛନ୍ତି । ବିମୁଦ୍ରାକରଣର ପରିମାଣ ସଂପର୍କରେ ଆକଳନ ନକରି ବିଜେପି ସରକାର ଏଭଳି ପଦକ୍ଷେପ ନେଇଛି । ତେଣୁ ସାରା ଦେଶରେ ଆଜି ମହିଳା କଂଗ୍ରେସ କର୍ମୀ ଥାଳି ବଜାଇ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।