ମହିଳା କଂଗ୍ରେସର ମାଠିଆ ବିକ୍ଷୋଭ, ଉକ୍ରଟ ଜଳସମସ୍ୟାକୁ ନେଇ ଅଭିନବ ପ୍ରତିବାଦ

44

ସୁନ୍ଦରଗଡରେ ଶତାଧିକ ମହିଳା କଂଗ୍ରେସ କର୍ମୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏନେଇ ଜିଲ୍ଲା ମହିଳା କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଦାବୀ ପତ୍ର ମଧ୍ୟ ପ୍ରଦାନ କରିଛି । ସେପଟେ ରାଉରକେଲାରେ ମଧ୍ୟ ଶତାଧିକ କର୍ମୀ ବିକ୍ଷୋଭ କରିଛନ୍ତି । ସହରରେ ଏବେ ଉକ୍ରଟ ହୋଇଛି ଜଳ ସଂକଟ । ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା ତାପମାତ୍ରା ,ସହ ଜଳ ସଂକଟ ଏବେ ଇସ୍ପାତ ନଗରୀ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ସେହିଭଳି ସମ୍ବଲପୁରରେ ମଧ୍ୟ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମହିଳା କର୍ମୀ । ରାଜ୍ୟରେ ଦେଖାଦେଇଥିବା ଉକ୍ରଟ ଜଳସଂକଟ ନେଇ ମହିଳା କଂଗ୍ରେସ ପକ୍ଷରୁ ଝାରସୁଗୁଡାରେ ମାଠିଆ ରାଲିର ଆୟୋଜନ ହୋଇଛି । ଶତାଧିକ ମହିଳା କଂଗ୍ରେସ କର୍ମୀ ହାତରେ ମାଠିଆ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ସେହପରି ବାଲେଶ୍ୱରରେ ଶହ ଶହ ସଂଖ୍ୟାରେ ମହିଳା କଂଗ୍ରେସ କର୍ମୀ ମାଠିଆ ରାଲିରେ ବାହାରି ବିରୋଧ ପ୍ରଦର୍ଶନ କରିଛନ୍ତି । ହାତରେ ଖାଲି ମାଠିଆ ନେଇ ରାଜ୍ୟରେ ସୃଷ୍ଟି ହୋଇଥିବା  ଉକ୍ରଟ ଜଳ ସଂକଟ ପାଇଁ ରାଜ୍ୟ ସରକାରଙ୍କୁ ଦାୟି କରିଛନ୍ତି କର୍ମୀ । ସେପଟେ ପୁରୀରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । କର୍ମୀମାନେ ଏକାଠି ହୋଇ ରାଲି କରିବା ସହ ଜଳ ସଂକଟ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।