ସୁବର୍ଣ୍ଣରେଖା ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ : ଉଦ୍ଧାର କରିବାକୁ ଯାଇ ଦୁଇ ଯୁବକ ନିଖୋଜ

33

ବାଲେଶ୍ୱର : ବାନ୍ଧବୀକୁ ବଂଚାଇବାକୁ ଯାଇ ନଦୀରେ ଡେଇଁ ପଡିଲେ ୨ଯୁବକ । ବାଲେଶ୍ୱର ବାଲିଆପାଳ ଥାନା ବିଷ୍ଣୁପୁର ପଂଚାୟତରେ ସୁବର୍ଣ୍ଣରେଖା ନଦୀକୁ ଡେଇଁ ପଡିଥିଲେ ଜଣେ ଛାତ୍ରୀ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଦୁଇ ବନ୍ଧୁ ମଧ୍ୟ ଡେଇଁପଡିଥିଲେ । ତେବେ ଜଣେ ଯୁବକ ନିଜେ କୂଳକୁ ଫେରି ଆସିଥିବାବେଳେ ଛାତ୍ରୀ ଓ ଯୁବକ ବୁଡି ଯାଇଥିଲେ ।
ମୃତ ଛାତ୍ରୀ ଜଣକ ବିଷ୍ଣୁପୁର ଗାଁର ଲିଲିମଣୀ ସେଠୀ ଜଗାଇ କଲେଜରେ ଯୁକ୍ତଦୁଇ ଦ୍ୱିତ୍ୱୀୟବର୍ଷରେ ପାଠ ପଢୁଥିଲେ । ତେବେ ବ୍ୟକ୍ତିଗତ କାରଣରୁ ସେ ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁ ପଡିଥିଲେ । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଗତକାଲି ସନ୍ଧ୍ୟାରେ ଛାତ୍ରୀ ଜଣଙ୍କ ତାଙ୍କ ୨ବନ୍ଧୁଙ୍କ ସହ କଥା ହେଉଥିବା ସମୟରେ ହଠାତ୍ ନଦୀକୁ ଡେଇଁପଡିଥିଲା ।

ପରେ ପରେ ଯୁବକମାନେ ମଧ୍ୟ ନଦୀକୁ ଡେଇଁପଡିଥିଲେ । ଖବରପାଇ ବାଲିଆପାଳ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ଥିଲେ ମଧ୍ୟ ଅନ୍ଧାର କାରଣରୁ ଉଦ୍ଧାର କାର୍ଯ୍ୟ ହୋଇପାରିନଥିଲା । ଆଜି ସକାଳେ ଛାତ୍ରୀ ଓ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।