ମହିଳା ବି ଦେଇପାରିବେ ତିନି ତଲାକ୍ ! ସୁପ୍ରିମକୋର୍ଟରେ ଆଭିମୁଖ୍ୟ ସ୍ପଷ୍ଟ କଲା ମୁସଲିମ ପର୍ସନାଲ ଲ’ ବୋର୍ଡ

38

କନକ ବ୍ୟୁରୋ : ତିନି ତଲାକ୍ କେବଳ ପୁରୁଷ ଏକଚାଟିଆ ଅଧିକାର ନୁହେଁ ମହିଳା ବି ଚାହିଁଲେ ଦେଇପାରିବେ ତଲାକ୍ । ଏକଥା ସୁପ୍ରିମକୋର୍ଟକୁ ଜଣାଇଛି ମୁସଲମି ପର୍ସନାଲ ଲ’ ବୋର୍ଡ । ତିନି ତଲାକ୍ ନେଇ ଚାଲିଥିବା ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଆଭିମୁଖ୍ୟ ସ୍ପଷ୍ଟ କରିଛି ମୁସଲିମ ପର୍ସନାଲ ଲ’ ବୋର୍ଡ । ନିକାହନାମାରେ ମହିଳାଙ୍କ ସମ୍ମାନ ଓ ସ୍ୱାର୍ଥ ରକ୍ଷା ପାଇଁ ପ୍ରାବଧାନ ରହିଥିବା କହିଛି । ତିନି ତଲାକ କେବଳ ପୁରୁଷଙ୍କ ଅଧିକାର ନୁହେଁ ମହିଳାମାନେ ଚାହିଁଲେ ବି ତଲାକ୍ ଦେଇପାରିବେ ବୋଲି ମୁସଲମି ଲ’ ବୋର୍ଡ କହିଛି ।

ଏହାସହ ନିକାହ ପୂର୍ବରୁ ମହିଳାଙ୍କ ପାଖରେ ୪ଟି ବିକଳ୍ପ ଥାଏ ଯେଉଁଥିରେ ସ୍ପେଶାଲ ମ୍ୟାରେଜ ଆକ୍ଟ ୧୯୫୪ରେ ବିବାହ ପଂଜିକରଣ ମଧ୍ୟ ସାମିଲ ଅଛି ବୋଲି ମୁଖ୍ୟବିଚାରପତି ଜେ.ଏସ୍ ଖେହରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସମ୍ମୁଖରେ ମୁସଲିମ ପର୍ସନାଲ ଲ’ ବୋର୍ଡ କହିଛି । ଏପରିକି ନିକାହ ସମୟରେ ମହିଳାମାନେ ନିଜ ସ୍ୱାର୍ଥ ପାଇଁ ମୁସଲିମ ଆଇନ ଅନୁଯାୟୀ କିଛି ସର୍ତ ମଧ୍ୟ ରଖିପାରିବେ ବୋଲି କୁହାଯାଇଛି । ସମ୍ମାନ ଓ ସ୍ୱାର୍ଥ ରକ୍ଷା ପାଇଁ ମହିଳାମାନେ ବି ତିନି ତଲାକ୍ ଦେଇପାରିବା ସହ ମେହରରେ ଅଧିକରୁ ଅଧିକରୁ ରାଶି ଦାବି କରିପାରିବେ ।