ପୁରୁଷଙ୍କ ଭଳି ମହିଳାମାନେ ବଡବଡ କମ୍ପାନୀରେ ନିର୍ମାଣ କରୁଛନ୍ତି ଟ୍ରକ ଓ ଟ୍ରାକ୍ଟର ! ଆଗକୁ ମହିଳାଙ୍କ ନିଯୁକ୍ତି ଉପରେ ଦିଆଯିବ ବିଶେଷ ଧ୍ୟାନ ବୋଲି ସୂଚନା ଦେଲେ ଭାରତୀୟ କମ୍ପାନୀ ।

47

କନକ ବ୍ୟୁରୋ : ପୁରୁଷଙ୍କଠାରୁ କୈାଣସି ଗୁଣରେ କମ ନୁହନ୍ତି ନାରୀ । ଆଜିକା ଦିନରେ ମହିଳାମାନେ ମଧ୍ୟ ଅନେକ କାମରେ ନିଜର ପାରଦର୍ଶିତା ଦେଖାଇ ପାରିଛନ୍ତି । କେବଳ ଏତିକି ନୁହେଁ ପୁରୁଷଙ୍କ ଭଳି ଘର ମଧ୍ୟ ଚଳାଇବାରେ ସକ୍ଷମ ହେଉଛନ୍ତି ମହିଳା । ତେବେ ମିଳିଥିବା ସୂଚନା ଅନୁସାରେ ମୋଟର ସାଇକଲ ଠାରୁ ଆରମ୍ଭ କରି କାର ନିର୍ମାଣ ପର୍ଯ୍ୟନ୍ତ କାର୍ଯ୍ୟ ଦେଶରେ ଏକଦା କେବଳ ପୁରୁଷମାନଙ୍କ ଦ୍ୱାରା ହିଁ କରାଯାଇ ଆସୁଥିଲା। କିନ୍ତୁ ପୁରୁଷମାନଙ୍କ ଏହି ଗଡ଼ରେ ଏବେ ମହିଳାମାନଙ୍କର ପ୍ରବେଶ ବହୁସଂଖ୍ୟାରେ ଆରମ୍ଭ ହୋଇଯାଇଛି। କେବଳ ମୋଟର ସାଇକଲ କିମ୍ବା କାର୍ ନୁହେଁ, ଟ୍ରକ୍ ଏବଂ ଟ୍ରାକ୍ଟର ଆଦି ନିର୍ମାଣ କ୍ଷେତ୍ରରେ ମହିଳାମାନେ ସାମିଲ ହେଲେଣି ।

 

ଟାଟା ମୋଟର୍ସ ଠାରୁ ଆରମ୍ଭ କରି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଆଇଚର ମୋଟର୍ସ, ହିରୋ ମୋଟୋକର୍ପ ଏବଂ ବଜାଜ୍ ଅଟୋ ଆଦି କମ୍ପାନି ମହିଳାମାନଙ୍କୁ ଗାଡ଼ି ଉତ୍ପାଦନ କାର୍ଯ୍ୟରେ ନିୟୋଜିତ କରି ଚାଲିଛନ୍ତି। ୪ ବର୍ଷ ପୂର୍ବେ ଏକ ୫ ଜଣିଆ ମହିଳା ବ୍ୟାଚ୍କୁ ନିଯୁକ୍ତି ଦେଇଥିଲା। ବିଶେଷକରି ଆର୍ଥିକ ଦୁର୍ବଳ ବର୍ଗର ମହିଳାଙ୍କୁ ଚୟନ କରି ସେମାନଙ୍କୁ ତାଲିମ ମଧ୍ୟ ଦେଇଥିଲା। ବର୍ତ୍ତମାନ ସମୟରେ ଟାଟା ମୋଟର୍ସରେ ୧୮୧୨ ଜଣ ମହିଳା କାର୍ଯ୍ୟ କରୁଛନ୍ତି। କମ୍ପାନିର ବିଭିନ୍ନ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ସମୁଦାୟ କର୍ମଚାରୀଙ୍କ ମଧ୍ୟରେ ଏବେ ମହିଳା କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୪ ପ୍ରତିଶତରେ ପହଞ୍ଚି ଯାଇଛି।

 

ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ମଧ୍ୟ ପଛରେ ନାହିଁ। ୨୦୧୬ରେ ଏହି କମ୍ପାନି ୨୩ଜଣ ମହିଳାଙ୍କୁ ପ୍ରଥମେ ନିଯୁକ୍ତି ଦେଇଥିଲା। ଏବେ ଏମାନଙ୍କ ସଂଖ୍ୟା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ସମସ୍ତ ନିର୍ମାଣ ୟୁନିଟରେ ୩୮୦ରୁ ଊର୍ଧ୍ୱରେ ପହଞ୍ଚି ଗଲାଣି। ତେବେ ବର୍ତ୍ତମାନ ସମୟରେ ପୁରୁଷଙ୍କ ଭଲି ମହିଳାମାନେ ମଧ୍ୟ ନିଜର କାମକୁ ସଠିକ ଭାବରେ କରିପାରୁଛନ୍ତି କେବଳ ଏତିକି ନୁହେଁ ବରଂ ସାରା ଦେଶରେ ମହିଳାମାନଙ୍କ କାମରେ କମ୍ପାନୀ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି । ଆଗାମୀ ଦିନରେ ଅନେକ କମ୍ପାନୀ ମଧ୍ୟ ମହିଳାମାନଙ୍କ ନୁଯୁକ୍ତି କ୍ଷେତ୍ରରେ ଧ୍ୟାନ ଦେବ ବୋଲି ସୂଚନା ମିଳିଛି ।