ମହିଳା ବାଇକର୍ସ ଦେଖାଇବେ ଡେୟାରଡେଭିଲ ସୋ’ ! ଗଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ବିଏସଏଫ ମହିଳାଙ୍କ ସାହାସ ଦେଖିବ ପୂରା ବିଶ୍ୱ

77

ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ହେବାକୁ ଥିବା ପରେଡରେ ପ୍ରଥମଥର ପାଇଁ ଜଲୱା ଦେଖାଇବେ ବିଏସଏଫର ମହିଳା ବାଇକର୍ସ । ପୂରା ବିଶ୍ୱବାସୀଙ୍କୁ ନିଜ ସାହସିକତାର ପରିଚୟ ଦେଖାଇ ଚିକତ କରିବେ ମହିଳା ବାଇକର୍ସ । ବିଏସଏଫର ୧୧୩ ଜଣ ମହିଳା ବାଇକର୍ସ ବିଭିନ୍ନ ଦୁଃସାହସିକ ଷ୍ଟଣ୍ଟ ଦେଖାଇବେ । ୩୫୦ ସିସିର ୨୬ଟି ରୟାଲ ଏନଫିଲ୍ଡ ମୋଟରସାଇକେଲରେ ବିଭିନ୍ନ କୌଶଳ ଦେଖାଇବା ସହ ଏରୋବେଟିକ୍ସ କଳା ଦେଖାଇବେ ଏହି ମହିଳା ବାଇକର୍ସ ।

women_bsf_bikers_ପରେଡରେ ନିଜକୁ ପ୍ରତିପାଦିକ କରିବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି ଏହି ମହିଳା ବାଇକର୍ସ । ଏଥିପାଇଁ ଚାଲିଛି ଜୋରଦାର ଅଭ୍ୟାସ । ଜମ୍ମୁ-କାଶ୍ମୀରର ଲଦାଖ ଅଞ୍ଚଳର ବିଏସଏଫ ସବ-ଇନସପେକ୍ଟର ଷ୍ଟାନଜିନ ନୌରାଙ୍ଗଙ୍କ ନେତୃତ୍ୱରେ ଏହି ମହିଳା ବାଇକର୍ସ ମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଏବଂ ୧୦ଟି ଏସିଆନ ରାଷ୍ଟ୍ରର ପ୍ରମୁଖଙ୍କ ସାମ୍ନାରେ ଭାରତୀୟ ସେନାର ଶକ୍ତି ପ୍ରଦର୍ଶନ କରିବେ । ଚଳିତ ଥର ଗଣତନ୍ତ୍ର ଦିବସ ଉପଲକ୍ଷେ ଏସିଆର ୧୦ଟି ରାଷ୍ଟ୍ରର ପ୍ରମୁଖଙ୍କୁ ବିଶିଷ୍ଟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି ।

ସୀମା ଭବାନି ନାମରେ ଗଠିତ ହୋଇଥିବା ଏହି ମହିଳା ବାଇକର୍ସ ଦଳରେ ଏମିତି କିଛି ମହିଳା ଅଛନ୍ତି ଯେଉଁମାନେ ପୂର୍ବରୁ ବାଇକ ଚଳାଇବା ମଧ୍ୟ ଜାଣିନଥିଲେ । କିନ୍ତୁ ଦୃଢ ପରିଶ୍ରମ ଦ୍ୱାରା ଏବେ ଏହି ମହିଳା ବାଇକର୍ସ ମାନେ ମୋଟରସାଇକେଲରେ ସାହାସିକ କଳା କୌଶଳ ପ୍ରଦର୍ଶନ କରିବାରେ ମାହିର ହୋଇଛନ୍ତି । ୨୦ ରୁ ୩୧ ବର୍ଷ ବୟସର ଏହି ମହିଳା ବାଇକର୍ସଙ୍କ ମଧ୍ୟରେ ୧୫ ଜଣ ମହିଳା ବିବାହିତ ।

1111ଡେପୁଟି କମାଣ୍ଡର ତଥା ମୁଖ୍ୟ କୋଚ ରମେଶ ଚନ୍ଦ୍ରଙ୍କ କହିବା ଅନୁଯାୟୀ, ସୀମା ଭବାନି ଟିମରେ ଦେଶର ବିଭିନ୍ନ ପ୍ରାନ୍ତର ସଦସ୍ୟ ସାମିଲ ଅଛନ୍ତି । ପଞ୍ଜାବରୁ ସର୍ବାଧିକ ୨୦ ଜଣ ମହିଳା ଏହି ଗ୍ରୁପରେ ସାମିଲ ହୋଇଥିବା ବେଳେ, ପଶ୍ଚିମବଙ୍ଗରୁ ୧୫ ଜଣ, ମହାରାଷ୍ଟ୍ରରୁ ୯ ଜଣ ,ଉତ୍ତର ପ୍ରଦେଶରୁ ଆଠ ଜଣ ମହିଳା ଏହି ଡେୟାରଡେଭିଲ ଗ୍ରୁପରେ ସାମିଲ ଅଛନ୍ତି । ଠିକ୍ ସେହିଭଳି ଆସାମ ଓ ବିହାରରୁ ସାତ ଜଣ ଲେଖାଏଁ, ଓଡ଼ିଶାରୁ ୬ ଜଣ, ରାଜସ୍ଥାନ, ମଣିପୁର ଓ ଗୁଜରାଟରୁ ୫ ଜଣ ଲେଖାଏଁ ସାହାସୀ ମହିଳା ଏହି ପରେଡରେ ଭାଗ ନେବେ । ସେହିଭଳି ଯଦି ଅନ୍ୟ ରାଜ୍ୟ କଥା ଦେଖିବା ଜମ୍ମୁ-କାଶ୍ମୀର ଓ ଛତିଶଗଡରୁ ତିନି ଜଣ ଲେଖାଏଁ, କର୍ଣ୍ଣାଟକ, ଉଚ୍ଛରାଖଣ୍ଡ, ଦିଲ୍ଲୀ, ଓ କେରଳରୁ ଦୁଇ ଜଣ ଳେଖାଏଁ ମହିଳା ଏହି ଗ୍ରୁପରେ ସାମିଲ ହୋଇଛନ୍ତି । ମେଘାଲୟ ଓ ହିମାଚଳ ପ୍ରଦେଶରୁ ଜଣେ ଲେଖାଏଁ ମହିଳା ନିଜ ସାହସିକ କଳା ଗଣତନ୍ତ୍ର ଦିବସରେ ପ୍ରଦର୍ଶନ କରିବେ । ଦେଶର ସବୁ ପ୍ରାନ୍ତରୁ ମହିଳା ମାନେ ସାମିଲ ହୋଇଥିବାରୁ ଏହା ବିିଭିନ୍ନତା ମଧ୍ୟରେ ଏକତାର ଆଉ ଏକ ନିଦର୍ଶନ ବୋଲି ରମେଶ ଚନ୍ଦ୍ର କହିଛନ୍ତି ।

http _mashable.com_wp-content_uploads_2016_01_AP_939667410819ପୂର୍ବରୁ ଗଣତନ୍ତ୍ର ଦିବସରେ ପୁରୁଷ ମାନେ ଡେୟାରଡେଭିଲ ସୋରେ ଭାଗ ନେଉଥିଲେ । କିନ୍ତୁ ଚଳିତଥର ପୁରୁଷଙ୍କ ବଦଳରେ ମହିଳା ମାନେ ଏହି ଡେୟାରଡେଭିଲ ସୋ ରେ ନିଜର ସାହସିକ କଳା ପ୍ରଦର୍ଶନ କରିବେ ବୋଲି ବିଏସଏଫ ମହାନିର୍ଦ୍ଦେଶକ କେ.କେ ଶର୍ମା ସ୍ଥିର କରିଥିଲେ । ପରମ୍ପରା ଅନୁଯାୟୀ ବିଏସଏଫ ଓ ସେନାର ବାଇକର୍ସ ମାନେ ପ୍ରତିବର୍ଷ ପାଳି କରି ଗଣତନ୍ତ୍ର ଦିବସରେ ଡେୟାରଡେଭିଲସ ସୋ ଦେଖାଇଥାନ୍ତି । ଚଳିତ ବର୍ଷ ବିଏସଏଫ ସେନା ନିଜର କଳା କୌଶଳ ପ୍ରଦର୍ଶନ କରିବ । ଏହି ଡେୟାର ଡେଭିଲ ସୋ ରେ ପ୍ରଥମଥର ପାଇଁ ମହିଳା ମାନେ ପିରାମିଡ, ଫ୍ରେଶ ରାଇଡିଙ୍ଗ,ଶକ୍ତିମାନ, ବୁଲ ଫାଇଟିଙ୍ଗ, ସୀମା ପ୍ରହରୀର କଳା କୌଶଳ ଦେଖାଇବେ ।