ସୋସିଆଲ୍ ମିଡିଆରେ ମହିଳାଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ ପୋଷ୍ଟ କରିବା ଦଣ୍ଡନୀୟ ଅପରାଧ ! ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଆଣୁଛି ନୂଆ ନିୟମ

2

ସୋସିଆଲ ମିଡିଆରେ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ କ୍ରମଶଃ ବଢ଼ିବାରେ ଲାଗିଛି । ଏହା ଉପରେ ଅଙ୍କୁଶ ଲଗାଇବା ଲାଗି ଆରମ୍ଭ ହୋଇଛି ଉଦ୍ୟମ । ବର୍ତ୍ତମାନ ଡିଜିଟାଲ୍ ମିଡିଆରେ ମହିଳାଙ୍କ ଶାରୀରିକ ଗଠନ, ପୋଷାକ ଏବଂ ତାଙ୍କୁ ନେଇ ଦିଆଯାଉଥିବା ଅଶ୍ଲୀଳ ଟିପ୍ପଣୀ ବା ମନ୍ତବ୍ୟ ଏବେ ସୀମା ଟପିବାକୁ ବସିଛି । କେବଳ ଏତିକି ନୁହଁ, ବିଭିନ୍ନ ଅଶ୍ଲୀଳ ଫଟୋ ଏବଂ ଭିଡିଓ ମଧ୍ୟ ପୋଷ୍ଟ କରାଯାଇ ବିଭିନ୍ନ ନକାରାତ୍ମକ ମନ୍ତବ୍ୟ ଦିଆଯାଉଛି । ତେବେ ଫେସବୁକ୍, ହ୍ୱାଟସଆପ୍ ଏବଂ ସ୍କାଇପ ଭଳି କିଛି ସୋସିଆଲ୍ ମିଡିଆରେ ଏଭଳି ଘଟଣା ଅଧକ ଦେଖିବାକୁ ମିଳିଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏବେ ଏକ ବଡ ପଦକ୍ଷେପ ନିଆଯାଇଛି । ଏହି ପଦକ୍ଷେପ କ’ଣ ଆସନ୍ତୁ ଜାଣିବା ।

ମନ୍ତ୍ରାଳୟ ମହିଳାଙ୍କ ଅଶ୍ଳୀଳ ଚିତ୍ରଣ (ନିଷେଧ) ଆଇନ, ୧୯୮୬ରେ ସଂଶୋଧନ ଆଣୁଛି। ଏହି ସଂଶୋଧନ ଜରିଆରେ ସୋସିଆଲ୍ ମିଡିଆରେ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଏବଂ ସେମାନଙ୍କ ଅଶ୍ଳୀଳ ଫଟୋ ଅପଲୋଡ୍ ଦଣ୍ଡନୀୟ ହେବ । ଡିଜିଟାଲ୍ ମିଡିଆରେ ମହିଳାଙ୍କ ଅଶ୍ଲୀଳ ଚିତ୍ରଣକୁ ନେଇ ଏହି ଆଇନ୍ ନିଷେଧ କରିବ । ୧୯୮୬ ମସିହାରେ ପ୍ରଣୀତ ହୋଇଥବା ଏହି ଆଇନ୍ର ପରିସରକୁ ବଢ଼ାଯିବା ଉଦ୍ୟମ ଆରମ୍ଭ ହୋଇଛି। ଏଭଳି ପରିବର୍ତ୍ତନ ରାଷ୍ଟ୍ରୀୟ ମହିଳା ଆୟୋଗର ସୁପାରିସ ଏବଂ ସଂସଦୀୟ ସ୍ଥାୟୀ କମିଟିର ମନ୍ତବ୍ୟକୁ ଆଧାରକୁ ନେଇ ଏହି ପ୍ରସ୍ତାବନା କରାଯାଇଛି ।

Comments are closed.