ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରେ ଶୁଖାଉଥିଲେ ଚୁଟି, ଶୁଖିବା ପୂର୍ବରୁ ଚୁଟିରେ ଜମିଗଲା ବରଫ । ଦେଖନ୍ତୁ ଭିଡିଓ 

190

ଆମେରିକାରେ କିଛି ସ୍ଥାନରେ ଥଣ୍ଡା ଆତଙ୍କ ଖେଳାଇଛି । ତାପମାତ୍ରା ମାଇନସ୍ ୪୦ ଡିଗ୍ରୀ ପର୍ଯ୍ୟନ୍ତ ପହଂଚିଯାଇଛି । ଚାରିଆଡେ ବରଫର ମୋଟା ଚାଦର ଜମିଯାଇଛି । ଏମିତିରେ ସାମାନ୍ୟ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇଯାଇଛି । ସୋସିଆଲ ମିଡିଆରେ ଜଣେ  ଆମେରିକୀୟ ମହିଳାଙ୍କ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କର ଚୁଟି ମଧ୍ୟ ସର୍ଦ୍ଦିରେ ଫ୍ରିଜ୍ ହୋଇଯାଇଛି ।

ଉତ୍ତର ଧ୍ରୁବରୁ ଚାଲୁଥିବା ବରଫ ଝଡ ଯାହାକୁ ପୋଲାର ଭର୍ଟେକ୍ସ କୁହାଯାଉଛି, ଏହି କାରଣରୁ ଆମେରିକାର କିଛି ଭାଗ ଏହି ସମୟରେ ଦୁନିଆର ସବୁଠାରୁ ଥଣ୍ଡା ସ୍ଥାନ ମଧ୍ୟରେ ଗୋଟିଏ ପାଲଟିଯାଇଛି । ଏଠି ରହୁଥିବା  ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ମହିଳା ହେୟାର ୱାଶ କରି କି ଆସନ୍ତି , କିନ୍ତୁ ଯେପର୍ଯ୍ୟନ୍ତ ସେ ନିଜ ଚୁଟିକୁ ଭଲ ଭାବରେ ଶୁଖାନ୍ତି ତାଙ୍କ ଚୁଟିରେ ବରଫ  ଜମି ଯାଏ ଏବଂ ମହିଳାଙ୍କ ଚୁଟି ଫ୍ରିଜ୍ ହୋଇଯାଏ । ଟେଲର ସ୍କେଲନ ନିଜ ଟ୍ୱିଟରରେ ଏହି ଘଟଣାର ଭିଡିଓକୁ ସେୟାର କରିଛନ୍ତି । ଯାହାକୁ ଦୁଇ ଦିନରୁ ମଧ୍ୟ କମ୍ ସମୟରେ ୨.୭ ମିଲିୟନରୁ ବି ଅଧିକ ଥର ଦେଖାଯାଇସାରିଛି ।

ସୂଚନାଯୋଗ୍ୟ, ସଂଯୁକ୍ତ ରାଜ୍ୟ ଆମେରିକାରେ ଏକ ବଡ ଦଳ ବରଫ ଝଡ କବଳରେ ଆସିଯାଇଥିଲା । ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଛି । ମଧ୍ୟ-ପଶ୍ଚିମ ଓ ପୂର୍ବ ରା୍ଜ୍ୟରେ ଆର୍କଟିକ୍ ବାୟୁ ବିସ୍ଫୋଟ ହେବା କାରଣରୁ ତାପମାତ୍ରା ବହୁତ କମିଯାଇଥିଲା । ଯେଉଁଥିପାଇଁ ସେଠାକାର ଅଧିବାସୀଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି ।