ଭୁବନେଶ୍ୱରରେ କାର ଭିତରୁ ମହିଳାଙ୍କ ମୃତ ଦେହ ମିଳିବା ଘଟଣା : କୋଲାକାତାରୁ ସ୍ୱାମୀଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ

35

କନକ ବ୍ୟୁରୋ : ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଂଚଳରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି । କୋଲକାତାରୁ ଗିରଫ ହୋଇଛନ୍ତି ମୃତ ମହିଳା ପି. ତନୁଜାଙ୍କ ସ୍ୱାମୀ । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ସଂଗ୍ରାମ ଆଇଚଙ୍କୁ ଗିରଫ କରିଛି । ତାଙ୍କୁ ପଚରାଉଚରା ପରେ ହତ୍ୟାକାଣ୍ଡ ଉପରୁ ପରଦା ହଟିବା ଆଶା କରାଯାଉଛି । ଦୁର୍ଘଟଣାସ୍ଥଳ ସିସିଟିଭି ଫୁଟେଜ ଆଧାରରେ ହାଇୱା ଚାଳକ, ବାଇକ ଆରୋହୀକୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିବାକୁ ଯୋଜନା କରିଛି ।

ଶ୍ରୀଲିଙ୍ଗରାଜ ଥାନା ପୋଲିସ କିନ୍ତୁ ତନୁଜାଙ୍କ ପୁଅକୁ ଉଦ୍ଧାର କରିପାରିନାହିଁ । ପୋଲିସ ତନୁଜାଙ୍କ ଯାଜପୁର ଘରକୁ ଯାଇ ତଥ୍ୟ ସଂଗ୍ରହ କରୁଛି । ଏହାଛଡା ସଂଗ୍ରାମ ଆଇଚଙ୍କ ନିଜ ଗାଁ ଢେଙ୍କାନାଳରେ ରେଡ ହୋଇଛି । ଏବେ ଅପେକ୍ଷା ତନୁଜାଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଖୁବଶୀଘ୍ର ଏହି ରିପୋର୍ଟ ଆସିବା ଆଶା କରାଯାଉଛି । ସୋମବାରଦିନ ଲିଙ୍ଗରାଜ ଅଂଚଳରେ ତନୁଜାଙ୍କ ମୃତଦେହ ଏକ କାର ଭିତରୁ ମିଳିଥିଲା । କାରର ଆଗ ସିଟରେ ମୁହଁ ମାଡି ହୋଇ ପଡ଼ିଥିଲେ ତନୁଜା । ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ପରିବାର ଲୋକ ତନୁଜାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ।