ମନ୍ତ୍ରୀଙ୍କ ବିରୋଧରେ ମହିଳାଙ୍କ ଅଭିଯୋଗ ! ଡାକ୍ତରୀ ଚିକିତ୍ସା ପାଇଁ ସାହାଯ୍ୟ ମାଗିବାରୁ ଆଶ୍ରାବ୍ୟ ଭାଷାରେ ଗାଳି ଦେଲେ ବିକ୍ରମ କେଶରୀ ଆରୁଖ୍

27

କନକ ବ୍ୟୁରୋ : ମନ୍ତ୍ରୀଙ୍କ ବିରୋଧରେ ମହିଳା ଆଣିଲେ ଅଭିଯୋଗ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀଙ୍କ ଆରୁଖଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି ମହିଳା । ଡାକ୍ତରୀ ଚିକିତ୍ସା ପାଇଁ ନିଜ ନିର୍ବାଚନ ମଣ୍ଡଳୀରୁ ସାହାଯ୍ୟ ପାଇବା ଆଶାରେ ଆସିଥିବା ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ କରିଛନ୍ତି ମହିଳା ।

ମନ୍ତ୍ରୀଙ୍କ ସରକାରୀ ବାସଭବନରେ ମହିଳା ଓ ସମାଜସେବୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ସମୟ ପାଖାପାଖି ୧ଟା ବେଳେ ସମାଜସେବୀ ସ୍ମିତା ସିଂହ ଓ ଭଂଜନଗରୁ ଆସିଥିବା ଗୋଲା ବେହେରା ମେଡିକାଲ ସାହାଯ୍ୟ ପାଇଁ ମନ୍ତ୍ରୀଙ୍କ ସରକାରୀ ବାସ ଭବନକୁ ଯାଇଥିଲେ । କିନ୍ତୁ ସାହାଯ୍ୟ ପରିବର୍ତ୍ତେ ମନ୍ତ୍ରୀ ଖରାପ ଭାଷାରେ ଗାଲି ଗୁଲଜ କରିବା ସହ ପୋଲିସ ଡକାଇ ସେମାନଙ୍କୁ ବାହାରକୁ ବାହାର କରିଥିଲେ ।