ବିଶ୍ୱସ୍ତ ପାଇଁ ଜୀବନର ବାଜି : କୁକୁରକୁ ବଂଚାଇବାକୁ ନଦୀରେ ଡେଇଁଲେ ମହିଳା

39

କାନସାସ୍ ସହରର ବ୍ଲୁ ନଦୀରେ ଘଟିଥିବା ଘଟଣାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ବ୍ଲୁ ନଦୀରେ ବୁଡିଯାଉଥିବା ନିଜ କୁକୁରକୁ ବଂଚାଇବାକୁ ଯାଇ ଜଣେ ମହିଳା ନଈକୁ ଡେଇଁ ପଡିଥିଲେ । ନଦୀର ସ୍ରୋତ ପ୍ରଖର ଥିବାରୁ ମହିଳା ଜଣକ ବିକଳ ହୋଇ ଚିକାôର କରିବା ଆରମ୍ଭ କରିଥିଲେ । କୂଳରେ ଥିବା ଲୋକମାନେ ଅଗ୍ନିଶମ ବିଭାଗକୁ ଉଦ୍ଧାର ଲାଗି ଫୋନ୍ କରିଥିଲେ । କିନ୍ତୁ ସମୟ ଗଡିଯାଉଥିବାରୁ ଏବଂ ମହିଳାଙ୍କ ପରିସ୍ଥିତିକୁ ଦେଖି କୂଳରେ ଥିବା ଯୁବକ ପ୍ରଭାସ ପାଣି ନଦୀ ଭିତରକୁ ଲମ୍ଫ ଦେଇ ମହିଳାଙ୍କ ସହିତ ତାଙ୍କୁ ସାହାସ ଯୋଗାଇଥିଲେ।

ମହିଳା ଜଣଙ୍କୁ ଟିକେ ଉଚ୍ଚା ଜାଗାକୁ ଟାଣି ଆଣି ତାଙ୍କୁ ଧୈର୍ଯ୍ୟ ଧରିବାକୁ ସାହାସ ଦେଇଥିଲେ ପ୍ରଭାସ । ଆଉ ଜଣେ ଯୁବକ ଭାରଦ୍ୱାଜ ପୋନନାଲ ଅଗ୍ନିଶମ ବିଭାଗକୁ ଫୋନ୍ କରି ଡାକିଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପଂହଚିବା ପରେ ସେମାନଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାରେ କେହି ଆହାତ ହୋଇ ନଥିବା ବେଳେ ଏହି ଯୁବକ ମାନଙ୍କ ସାହସିକତାକୁ ଅନେକ ପ୍ରଶଂସା ମିଳିଛି ।