କୋବି କିଣିବାକୁ ଯାଇଥିଲେ କୋଟିପତିି ହୋଇ ଫେରିଲେ ! ୨୫ ମିନିଟ୍ ଭିତରେ କୋଟିପତି ହେଲେ ମହିଳା ।

736

ଗୋଟିଏ ହିନ୍ଦୀ ଲୋକକଥା ରହିଛି ଯାହାକଚୁ କୁହାଯାଏ, “ଉପରବାଲା ଯବ୍ ଭି ଦେତା ହେ ଛପର୍ ଫାଡ୍ କେ ଦେତା ହେ” । ଏହି କଥାଟି ଏବେ ଆମେରିକାର ଜଣେ ମହିଳାଙ୍କ କ୍ଷେତ୍ରରେ ସତ ସାବ୍ୟସ୍ତ ହୋଇଛି । ଆମେରିକାର ମେରିଲ୍ୟାଣ୍ଡରେ ରହୁଥିବା ବେନେସା ବାର୍ଡ ଯେ ଘରୁ କୋବି କିଣିବା ପାଇଁ ବଜାରକୁ ବାହାରିଥିଲେ । କିନ୍ତୁ ରାସ୍ତାରେ ତାଙ୍କୁ ଲଟେରୀ ଟିକେଟ୍ ଦେଖିବା ପରେ ସେ ଲଟେରୀ କିଣିବା ପାଇଁ ବାଟରେ ଅଟକିଥିଲେ । ଟିକେଟ୍ କିଣି ଯେତେବେଳେ ସେ ଏହାକୁ ସ୍କ୍ରାଚ୍ କଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଲଟେରୀ ଟିକେଟ୍ ରେ ୨ ଲକ୍ଷ ୨୫ ହଜାର ଡଲାର୍ ଜିତିଥିଲେ ।

ଏ ନେଇ ତାଙ୍କୁ ପ୍ରଶ୍ନ ପଚାରିବା ପରେ ସେ କହିଥିଲେ ତାଙ୍କ ପିତା ତାଙ୍କୁ ବଜାରକୁ କୋବି କିଣିବା ପାଇଁ ପଠାଇଥିଲେ କିନ୍ତୁ ବାଟରେ ସେ ଲଟେରୀ ଟିକେଟ୍ କିଣିଥିଲେ । ଘରକୁ ଆସିବା ପରେ ଟିକେଟରୁ ବଡ ରକମର ଟଙ୍କା ଜିତିଥିବା ଦେଖି ସେ ଖୁବ୍ ଖୁସି ହୋଇଗଲେ । ତେବେ ଜିତିଥିବା ଏହି ଟଙ୍କାକୁ ସେ ଭବିଷ୍ୟତ ପାଇଁ ସାଇତି ରଖିବାକୁ ଚାହାନ୍ତି ଏବଂ ଡିଜନି ୱାଲର୍ଡ ବୁଲିବା ସ୍ୱପ୍ନକୁ ପୂରଣ କରିବାକୁ ଚାହାନ୍ତି । ତେଣୁ ସେ ଏହି ଟଙ୍କାକୁ ବ୍ୟାଙ୍କରେ ଡିପୋଜିଟ୍ କରି ଦେଇଛନ୍ତି ।