ମାସୁମାଙ୍କ କମାଲ : ବଦଳାଇଦେଲେ ରାଷ୍ଟ୍ରପତି ଭବନର ରୂପ

63

କନକ ବ୍ୟୁରୋ : ମହିଳାଙ୍କୁ  ନେଇ ଆମ ସମାଜରେ ଭିନ୍ନ ଦୃଷ୍ଟିଭଙ୍ଗୀ ରହିଛି । ଅନେକ କ୍ଷେତ୍ରରେ ମହିଳାମାନେ ନିର୍ଯାତନାର ଶିକାର ହୋଇଥିବା ନଜରକୁ ଆସିଥାଏ ।  ତେବେ ଏଭଳି ଅନେକ ମହିଳା ଭାରତରେ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ବିଶ୍ୱସ୍ତରରେ ଭାରତକୁ ଗର୍ବିତ ବି କରିଛନ୍ତି । ସେହିଭଳି ଜଣେ ମହିଳା ହେଉଛନ୍ତି  ମାସୁମା ରିଜଭି ।  ଯାହାଙ୍କ ସଫଳତା ଆପଣଙ୍କୁ  ଆଶ୍ଚର୍ଯ୍ୟ କରିପାରେ ।  ମାସୁମଙ୍କ ବୟାନ ତାଙ୍କ ଆତ୍ମବିଶ୍ୱାସ ଓ ସଫଳତାବିଷୟରେ କହିଥାଏ । ସେ ନିଜ ବିଷୟରେ କହନ୍ତି, ‘କର୍ମ ଓ କିମ୍ବା ଭାଗ୍ୟ ଯାହାକୁ ବି ପଚାର , ମୋର ବିଶ୍ୱାସ କି  ମୋର ଜନ୍ମସ୍ଥାନର ଶୋଭା ବଢାଇବା ପାଇଁ ମୁଁ ଜନ୍ମ ହୋଇଛି’ ।

ଇଂଟେରିୟର ଡିଜାଇନିଙ୍ଗ, ମ୍ୟୁଜିଓଲୋଜି,କଳା ପ୍ରଦର୍ଶନୀରେ ଥିବା ଦୁଇ ଦଶନ୍ଧିର ଅଭିଜ୍ଞତାକୁ ପାଥେୟ କରି ଦିଲ୍ଲୀରେ ନିଜର ଫାର୍ମ ସ୍ଥାପନ କରିଛନ୍ତି ।ରାଷ୍ଟ୍ରପତି ଭବନକୁ ନୂଆ ରୂପ  ଓ ଜୀବନ୍ତ କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ ମାସୁମା ରିଜଭି । ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ନିର୍ଦ୍ଦେଶ ଓ ମାସୁମାଙ୍କ ପରିକଳ୍ପନାରେ ରାଷ୍ଟ୍ରପତି ଭବନ ନୂଆରୂପ ପାଇଥିଲା ।  କେବଳ ରାଷ୍ଟପତି ଭବନ ନୁହେଁ, ମାସୁମାଙ୍କ ପ୍ରଚେଷ୍ଟାରେ ପ୍ରବାସୀ ଭାରତୀୟ କେନ୍ଦ୍ର ସହ ମାନେକ୍ସା ବିଲିଡିଙ୍ଗ ଆକର୍ଷଣୀୟ ଓ ଜୀବନ୍ତ ରୂପ ପାଇଥିଲା ।  ଜଣେ  ଯବାନଙ୍କ ପତ୍ନୀ ହିସାବରେ ଏଭଳି କ୍ୟାରିୟର ଆପଣାଇବା ଅତ୍ୟନ୍ତ କଷ୍ଟଦାୟକ । ଆର୍ମି ୱାଇଭସ ୱେଲଫେୟାର  ଆସୋସିଏସନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା ।  ପ୍ରବାସୀ ଭାରତୀୟ କେନ୍ଦ୍ର  ଉଦଘାଟନୀ ଉତ୍ସବରେ ବୈଦେଶିକ ମନ୍ତ୍ରୀ  ସୁଷମା ସ୍ୱରାଜ, ମାସୁମାଙ୍କୁ ଅନେକ ପ୍ରଂଶସା କରିଥିଲେ ।  ଆର୍କିଟେକ୍ଟରେ ପୋଷ୍ଟ ଗ୍ରାଜୁଏଟ ଶେଷ କରିଥିବା ମାସୁମା ବର୍ତ୍ତମାନ  ଭାରତର ପୁରୁଣା ପୁରୁଣା ବିଲିଡିଂ ଓ ସ୍ଥପତିକୁ କିପରି ନୂଆ ରୂପ ଦେଇହେବ ତାଉପରେ  ଜ୍ଞାନ ହାସଲ ପାଇଁ ପିଏଚଡି ଡିଗ୍ରୀ କରୁଛନ୍ତି । ଆନ୍ଧ୍ରର ପୂର୍ବ ଗୋଦାବରୀରେ ଜନ୍ମିତ ମାସୁମାଙ୍କ ପିଲାଦିନ ଭାରତ ଓ ଆମେରିକାର ବିଭିନ୍ନ ପ୍ରାନ୍ତରେ କଟିଥିଲା । ସବୁଠି ଭାରତର ସଂସ୍କୃତିକୁ ପ୍ରଂଶସା କରୁଥିବା ଦେଖିବାକୁ ସେ ପାଇଥିଲେ । ୧୯ ବର୍ଷରେ ଯେତେବେଳେ ସେ ଜଣେ ଆର୍ମି ଅଫିସରଙ୍କୁ ବିବାହ କରିଥିଲେ ତାଙ୍କୁ ଗସ୍ତ ଆହୁରି ଅଧିକ ହୋଇଯାଇଥିଲା  ।

ପିଲାଦିନରୁ ତାଙ୍କର ଘରସଜାଇବା ପ୍ରତି ଆକର୍ଷଣ ରହିଥିଲା । କଣ୍ଢେଇରେ ଘର ସଜାଇବା ରେ ତାଙ୍କର ଅଧିକ ସମୟ କଟୁଥିଲା । ବଡହେବା ପରେ ଆର୍କିଟେକ୍ଟ ପଢିବା ସହ ଘରର ସୌନ୍ଦର୍ଯ୍ୟ କିପରି ବଢାଇ ହେବ ତାଉପରେ ଗୁରୁତ୍ୱ ଦେଇଥିଲେ । ମାସୁମା କହନ୍ତି  ” ଆମ ଉପରେ ଦିନକୁ ଦିନ ମାନସିକ ଚାପ ବଢୁଥିବା ବେଳେ ପରିବେଶରୁ   ଶାନ୍ତିପାଇବା କଷ୍ଟକର ହୋଇପଡୁଛି । ଯଦି ଆମେ ଘର ଓ କର୍ମସ୍ଥଳୀରେ ଆନନ୍ଦଦାୟକ  ଓ ସୁନ୍ଦର ରଙ୍ଗ ବ୍ୟବହାର କରିବା ନିଶ୍ଚିତ ଭାବେ ଆମକୁ ମାନଶିକ ଶାନ୍ତି ମିଳିବ ।”

ତାସହ  ସେ କହିଥିଲେ,  ଘରକୁ ଅଧିକ ଆକର୍ଷଣୀୟ ପାଇଁ ଅଧିକ ଟଙ୍କାର ଆବଶ୍ୟକତା ନାହିଁ ।  ଉପଯୁକ୍ତ ବୁଦ୍ଧି ଦ୍ୱାରା କମ ଟଙ୍କାରେ ଘରର ସୌନ୍ଦର୍ଯ୍ୟ ବଢାଯାଇପାରିବ । ପାଂଚ ମହଲା ବିଶିଷ୍ଟ ଘରର ସୌନ୍ଦର୍ଯ୍ୟ ଦୁଇ ମହଲା ବିଶିଷ୍ଟ ଘରେ ଦେଖିବାକୁ ମିଳିପାରିବ । ଫାର୍ମ କରି କେବଳ ମାସୁମ ଲାଭବାନ ହୋଇନାହାନ୍ତି । ମାସୁମ ୧୪ଜଣଙ୍କୁ ନେଇ ଗୋଟିଏ  ଟିମ କରିଛନ୍ତି । ସେ  ୮୦ଜଣ ଶିଳ୍ପୀଙ୍କୁ ସେ କର୍ମସଂସ୍ଥାନ ଯୋଗାଇ ପାରିଛନ୍ତି ।  ପୁରୁଷଙ୍କୁ ନେଇ କାମ କରି ସଫଳ ହେବା ଜଣେ ମହିଳାଙ୍କ ପାଇଁ  ନିଶ୍ଚିତ ଭାବେ ଚ୍ୟାଲେଞ୍ଜ । ଘରର ପତ୍ୟୋକ ସ୍ଥାନକୁ ସୁନ୍ଦର ଭାବେ ସଜାଇବା ଓ ଆକର୍ଷଣୀୟ ରୂପ ଦେବା କଷ୍ଟକର । ଆଉ ଯଦି ଆପଣ ଏକ ଖରାପ ବିଲିଡିଂକୁ  ଜୀବନ୍ତ କରିପାରନ୍ତି ତେବେ ଖୁସି ମିଳିପାରିବ ।  ଦିଲ୍ଲୀର ମାନେକ୍ସା ସେଂଟର ମାସୁମାଙ୍କ ହୃଦୟରେ ସ୍ଥାନ ପାଇଥିଲା । ଆମ ଦେଶର ସୀମା ଓ ବିବିଧତାକୁ ଏଠାରେ ପ୍ରଦର୍ଶନ କରାଯାଇଥିଲା । ସେହିପରି ଦିଲ୍ଲୀ ପ୍ରବାସୀ ଭାରତୀୟ କେନ୍ଦ୍ର  ଜୀବନ୍ତ  ମ୍ୟୁଜିୟମରେ ପରିବର୍ତନ କରାଇଥିଲା ମାସୁମ ଟିମ ।  ଏହାକ କାନ୍ଥ ଓ କରିଡର ଜୀବନ ହୋଇଥିଲା ଏବଂ ବିଦେଶରେ ରହୁଥିବା ଲୋକଙ୍କ ପାଇଁ ଚର୍ଚ୍ଚା ପାଲଟିଥିଲା । ବ୍ରୋଞ୍ଜରେ ନିର୍ମିତଏକ ପ୍ରତିକୃତି ଆପଣ ଦେଖିଲେ ଜାଣିପାରିବେ । କାମ ପାଇଁ ପ୍ରଥମେ ବିଦେଶ ଯାଇଥିବା ଚାରିଜଣ ପୁରୁଷ ଓ ଜଣେ ମହିଳା ଡଙ୍ଗାରେ ବସିଥିବା ପ୍ରତିକୃତିକୁ ଦେଖିଲେ ଆଖିରେ ବିଶ୍ୱାସ କରିହେବନାହିଁ । ଏହା ଥିଲା ମାସୁମାଙ୍କ ଯାଦୁ ।

ଅବସର ସମୟରେ  ସେ ୱାଟର କଲର କରିବା ସହ ବ୍ରୋଂଚରେ ମୂର୍ତ୍ତି କରିବାକୁ ଭଲ ପାଆନ୍ତି । ସ୍ୱାମୀଙ୍କ ସହଯୋଗ ବିନା  ସେ ଆଜ ଏଠି ପହଂଚି ପାରିନଥାନ୍ତେ ବୋଲି କହିଛନ୍ତି । ତାଙ୍କ ସ୍ୱାମୀଙ୍କର  ଯେତେବେଳେ ବଦଳି ହୋଇଥିଲା,  ସେ ସ୍ୱାମୀଙ୍କ ସାଙ୍ଗରେ ନଯାଇ ଦିଲ୍ଲୀରେ ରହିଯାଇଥିଲେ । ସେ ମ୍ବାମୀଙ୍କ ଠାରୁ ଅଲଗା ହେବା କେବେବି ଅଲଗା ଦୃଷ୍ଟିରେ ଦେଖୁନଥିଲେ ।  ତାଙ୍କର ବିଶ୍ୱାସ, ଅପେକ୍ଷା, ଗଭୀର ପ୍ରେମ ଓ ବିଶ୍ୱାସ ରହିଲେ ଶାରିରୀକ ଭାବେ ଏକାଠି ରହିବା ଅନାବଶ୍ୟକ ।  ସବୁବେଳେ ମହିଳାମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଉଚିତ ଓ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ଉଦ୍ୟମ କରିବା ଆବଶ୍ୟକ ।  ମାସୁମା କହନ୍ତି,ସ୍ୱପ୍ନ  ସତ୍ୟରେ ପରିଣତ ହେବ ଯେତେବେଳେ ଆପଣ କାମ କରିବେ ।

ଜଣେ ମହିଳା ହୋଇ ପରିବାରକୁ ବୁଝି ଏଭଳି ସଫଳତା ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଉଦାହରଣ । ପୁରୁଷ ପ୍ରାଧାନ୍ୟ ସମାଜରେ ନିଜ ସ୍ୱପ୍ନକୁ ସାକାରକରିବା ପାଇଁ ଅହରହ ଉଦ୍ୟମ କରିଥିବା ମାସୁମା କେବଳ ମହିଳା ନୁହେଁ ପୁରୁଷଙ୍କ ପାଇଁ ଆଇକନ ହୋଇରହିବେ । ତାଙ୍କ ନିଷ୍ଠା, ଚେଷ୍ଟା, ଆତ୍ମବିଶ୍ୱାସ ଓ କାମ କରିବାର ଶୈଳୀ ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ପ୍ରେରଣା ଦେବ ।