କଳାହାଣ୍ଡି : ବଳାତ୍କାର ଅଭିଯୁକ୍ତକୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଲୋକେ

27

କନକ ବ୍ୟୁରୋ : ବଳାତ୍କାର ଅଭିଯୁକ୍ତକୁ ଗିରଫ ଦାବି । ନ୍ୟାୟ ଦାବିରେ କଳାହାଣ୍ଡିରେ ଜାତୀୟ ରାଜପଥ ଅବରୋଧ କଲେ ଲୋକେ । କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଭାଲିଆଜୋର ଗାଁରେ ଜଣେ ବିବାହିତ ମହିଳାଙ୍କୁ ଗାଁର ଜଣେ ଯୁବକ ଧର୍ଷଣ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ଜଣଙ୍କ ଏନେଇ ଆମ୍ବପାଣି ଥାନାରେ ଅଭିଯୋଗ କରିଥିଲେ ।

ତେବେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଦୋଷୀ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇ ନାହିଁ । ଏହାକୁ ପ୍ରତିବାଦ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ୨୬ନଂ ଜାତୀୟ ରାଜପଥ ଅବରୋଧ କଳାହାଣ୍ଡି ଜିଲ୍ଲା ମାଳି ସମାଜ । ରାସ୍ତା ଅବରୋଧ ଯୋଗୁଁ ଯାତାୟତ ପ୍ରଭାବିତ ହୋଇଛି । ଜୟପୁର ଓ ଭବାନୀପାଟଣାକୁ ଗାଡି ଚଳାଚଳ ବନ୍ଦ ରହିଛି ।