ୟୁପିରେ ଖାପ ପଂଚାୟତର ତାଲିବାନି ଶାସନ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗଛରେ ବାନ୍ଧି ନିସ୍ତୁକ ପିଟିଲା ସ୍ୱାମୀ, ଦେଖଣାହାରୀ ସାଜିଲେ ଲୋକେ, ମୋବାଇଲରେ ସୁଟ କରି ସୋସିଆଲ ମିଡିଆରେ ଛାଡିଲେ

36

କନକ ବ୍ୟୁରୋ : ଗାଁ ଦାଣ୍ଡରେ ଖାପ୍ ପଂଚାୟତ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସଭା ମଝିରେ ସ୍ତ୍ରୀକୁ ବେଲଟରେ ମାଡ଼ ମାରିଲେ ସ୍ୱାମୀ । ଉତ୍ତରପ୍ରଦେଶ ବୁଲନ୍ଦସହରରେ ଦେଖିବାକୁ ମିଳିଛି ଏହି ଅମାନବୀୟ ଘଟଣା । ସ୍ତ୍ରୀର ଅନୈତିକ ସଂପର୍କ ଥିବା ସନ୍ଦେହରେ ଗାଁରେ ବସିଥିଲା ଖାପ ପଂଚାୟତ । ଆଉ ଗାଁ ସଭା ସ୍ତ୍ରୀକୁ ଦୋଷୀ ସାବ୍ୟସ୍ତ କରି ଚାବୁକ ପାହାର ଦଣ୍ଡାଦେଶ ଶୁଣାଇଥିଲେ । ଏହାପରେ ପଂଚାୟତ ସଭାରେ ଗଛରେ ହାତ ଦୁଇଟିକୁ ବାନ୍ଧି ଅତି ନିର୍ମମ ଭାବେ ସ୍ତ୍ରୀକୁ ପିଟିଛି ସ୍ୱାମୀ । ଘଟଣା ସ୍ଥଳରେ ଅନେକ ଲୋକ ଉପସ୍ଥିତ ଥିଲେ ମଧ୍ୟ କେହି ଏହାକୁ ବିରୋଧ କରି ନାହାନ୍ତି । ସ୍ୱାମୀ ମାଡ଼ରୁ ବଂଚିବା ପାଇଁ ମହିଳା ଜଣଙ୍କ ଲୋକଙ୍କୁ ନେହୁରା ହେଉଥିଲେ ମଧ୍ୟ କେହି ସାହାଯ୍ୟ କରିବାକୁ ଆଗକୁ ଆସିନଥିଲେ ।