ଏହି ମହିଳାଙ୍କୁ ହେଲା ଦୁର୍ଲଭ ରୋଗ, ଶୁଣିପାରନ୍ତିନି ପୁରୁଷଙ୍କ ସ୍ୱର

103

ଚୀନର ଜଣେ ମହିଳାଙ୍କୁ ଅଦ୍ଭୁତ ରୋଗ ହୋଇଛି । ଏହି ମହିଳାଙ୍କୁ କାନ ସହ ସମ୍ବନ୍ଧିତ ଦୁର୍ଲଭ ରୋଗ ହୋଇଛି । ଏହି ରୋଗରେ ପୀଡିତ ଏହି ମହିଳା ଜଣକ ମହିଳାଙ୍କ ସ୍ୱର ହିଁ ଶୁଣିପାରନ୍ତି ଅର୍ଥାତ୍ ସେ ପୁରୁଷଙ୍କ ଶବ୍ଦ ବିଲକୁଲ ଶୁଣିପାରନ୍ତି ନାହିଁ । ଏହି ମହିଳା ଜଣକ ହେଉଛନ୍ତି ଚେନ୍ । କିଛି ଦିନ ପୂର୍ବରୁ ଯେତେବେଳେ ଚେନ୍ ରାତିରେ ଶୋଇବା ପରେ ସକାଳୁ ଉଠିଲେ, ସେତେବେଳେ ତାଙ୍କୁ ତାଙ୍କ ବୟଫ୍ରେଣ୍ଡଙ୍କ ଶବ୍ଦ ଶୁଭିନଥିଲା । ଯାହା ପରେ ସେ ତୁରନ୍ତ ହସପିଟାଲ ଗଲେ । ଡାକ୍ତରଙ୍କୁ ଚେନଙ୍କ ପାଖରୁ ଯେଉଁ ଲକ୍ଷଣ ନଜର ଆସିଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଲକ୍ଷଣ ଶ୍ରବଣ ଶକ୍ତି ହ୍ରାସ (ହିଅରିଙ୍ଗ ଲସ୍) ର ଅନ୍ୟ ଲକ୍ଷଣ ଠାରୁ ଭିନ୍ନ ଥିଲା ।

ଡାକ୍ତରମାନେ ଏହି ରୋଗକୁ ଗଭୀରତାର ସହ ଯାଂଚ କଲେ । ସେ ପାଇଲେ କି, ଚେନ୍ Reverse-Slope Hearing Loss ଭଳି ରୋଗ ଭୋଗୁଛନ୍ତି । ଏହି ରୋଗକୁ Low Frequency Hearing Loss ଏହି ବି କହନ୍ତି । ଚେନ୍ ର ଚିକିତ୍ସା କରୁଥିବା ଚିକିତ୍ସକଙ୍କ କହିବାନୁସାରେ, ଯେତେବେଳେ ସେ ତାଙ୍କର ଚିକିତ୍ସା କରୁଥିଲେ, ସେତେବେଳେ ସେ ତାଙ୍କ କଥା ଶୁଣିପାରୁଥିଲେ । କିନ୍ତୁ ପୁରୁଷଙ୍କ ଶବ୍ଦ ଶୁଣିପାରୁନଥିଲେ । କାହିଁକିନା ମହିଳାଙ୍କ ଶବ୍ଦର ଫ୍ରିକ୍ୱେନ୍ସି, ପୁରୁଷଙ୍କ ସ୍ୱର ମୁକାବିଲାରେ ଅଧିକ ହୋଇଥାଏ । ଯେଉଁ କାରଣରୁ ଚେନ୍ ଙ୍କୁ କେବଳ ପୁରୁଷଙ୍କ ସ୍ୱର ଶୁଭୁନଥିଲା ।