ମୟୂରଭଂଜ ଜିଲ୍ଲା କୁରାଢିକ ଗାଁରେ ଅଭାବନୀୟ ଘଟଣା ! ପାରିବାରିକ କଳହକୁ ନେଇ ବୃଦ୍ଧାକୁ ତୀରମାଡ଼

37

କନକ ବ୍ୟୁରୋ: ପାରିବାରିକ କଳହକୁ ନେଇ ବୃଦ୍ଧାକୁ ତୀରମାଡ଼ । ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା କୁରାଢିକ ଗାଁରେ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅନାବନୀ ମହାନ୍ତଙ୍କୁ ତାଙ୍କ ଭିଣୋଇ ତୀର ମାରିଥିବା ଅଭିଯୋଗ ହୋଇଛି । ତୀରଟି ମହିଳାଙ୍କ ଡାହାଣପଟ ଛାତିରେ ପଶି ଯାଇଥିବାବେଳେ ତାଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନା ଓ ପରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତୀରଟି ମହିଳାଙ୍କ ଛାତିରେ ୩ରୁ ୪ଇଂଚ ପର୍ଯ୍ୟନ୍ତ ପଶିଯାଇଥିବାବେଳେ ତାଙ୍କ ଅସ୍ତ୍ରୋପଚାର ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଅଭିଯୁକ୍ତ ଭିଣୋଇ ଫେରାର ହୋଇଯାଇଥିବାବେଳେ ଏନେଇ ବୈଶିଙ୍ଗା ଥାନାରେ ମାମଲା ରୁଜୁ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –