ରାକ୍ଷାସ ନା ଏଲିଅନ୍ ! କ୍ୟାମେରାରେ କଏଦ୍ ହେଲା ଅଦ୍ଭୂତ ଜୀବ

76

3C11F07C00000578-0-image-a-38_1484214519188ଉତ୍ତର ଆୟାରଲାଣ୍ଡରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜଙ୍ଗଲରେ ନିଜ ପୋଷା କୁକୁର ସହ ଫଟୋ ନେବା ବେଳେ କ୍ୟାମେରାରେ କଏଦ ହୋଇଛି ଏକ ରାକ୍ଷାସର ଫଟୋ । ମ୍ୟାକ୍ସିନ୍ କଫିଲ୍ଡ୍ ନାମକ ଜଣେ ମହିଳା ଜଙ୍ଗଲରେ କୁକୁର ସହ ବୁଲୁଥିବା ବେଳେ ହଠାତ୍ ତାଙ୍କ କୁକୁର ଭୁକିବା ସହ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଚାହିଁ ରହିଲା । ତେବେ ମ୍ୟାକ୍ସିନ୍ ଏନେଇ କିଛି ଜାଣିପାରିନଥିଲେ ।

କିନ୍ତୁ ଯେତେବେଳେ ସେ ଫଟୋ ସବୁ ସୋସିଆଲ୍ ମିଡିଆରେ ସେୟାର୍ କଲେ ସେତେବେଳେ ପ୍ରକୃତ କଥା ସାମ୍ନାକୁ ଆସିଥିଲା । ସେ ଉଠାଇଥିବା ଫଟୋ ମଧ୍ୟରେ ଏକ ବିରାଟକାୟ ତଥା ଅଦ୍ଭୂତ ଜୀବଟିଏ ଥିବାର ଦେଖିବାକୁ ପାଇଲେ । ତେବେ ଅନେକ ଲୋକ ଏହାକୁ ବ୍ରିଟିଶ୍ ବିଗଫୁଟ୍ ବୋଲି ଅନୁମାନ କରୁଥିବା ବେଳେ କେହି କେହି ଏହାକୁ ଏଲିଅନ୍ ବୋଲି କହୁଛନ୍ତି । ହେଲେ ଏଯାଏଁ ଏହାର ସତ୍ୟତା ଜଣାପଡିନାହିଁ ।