ମହିଳା ହେଫ୍ଟାଥଲନରେ ଆଜି ଓଡିଆ ଝିଅ ପୂର୍ଣ୍ଣିମା ହେମ୍ବମ୍ରଙ୍କ ଠାରୁ ପଦକ ଆଶା ଉଜ୍ଜୀବିତ

83

କନକ ବ୍ୟୁରୋ : ଆଜି ଶେଷ ଦିନରେ ମହିଳା ହେଫ୍ଟାଥଲନରେ ଆଜି ଓଡିଆ ଝିଅ ପୂର୍ଣ୍ଣିମା ହେମ୍ବମ୍ରଙ୍କଠାରୁ ପଦକ ମିଳିବା ଆଶା ଉଜ୍ଜୀବିତ ଅଛି । ହେଫ୍ଟାଥଲନରେ ପ୍ରଥମ ଦିନରେ ହୋଇଥିବା ୪ଟି ପ୍ରତିଯୋଗିତାରେ ପୂର୍ଣ୍ଣିମା ୩୪ ଶହ ୩୨ ପଏଣ୍ଟ୍ ପାଇ ଶୀର୍ଷ ସ୍ଥାନରେ ଅଛନ୍ତି । ଏଥିରେ ୭ଟି ଇଂଭେଟରେ ପ୍ରତିଦ୍ୱନ୍ଦୀତା କରାଯାଇ ସର୍ବାଧିକ ପାଇଥିବା ପଏଣ୍ଟ୍  ଆଧାରରେ ଖେଳାଳିଙ୍କୁ ବିଜେତା କରାଯିବ ।

ଆଜି ଲମ୍ବ ଡିଆଁ, ଜାଭେଲିନ ଓ ୮ଶହ ମିଟର ଦୌଡ଼ ହେବା ପରେ ବିଜେତାଙ୍କ ନାଁ ଘୋଷଣା କରାଯିବ । ଆଜି ସକାଳେ ୨୦୦ ମିଟର ପୁରୁଷ ଓ ମହିଳା ବର୍ଗରେ ସେମିଫାଇନାଲ ବି ଖେଳାଯିବ । ସେହିଭଳି ହିଟସର ୪୦୦ ମିଟର ରିଲେ ପ୍ରତିଯୋଗିତା ବି ଆଜି ରହିଛି ।