ବିଶ୍ୱାସରେ ବିଷ ! ସାଙ୍ଗର ଅଶ୍ଳୀଳ ଭିଡିଓ ତିଆରି କରି ସେୟାର୍ କଲେ ଯୁବତୀ

32

ବିଶ୍ୱାସରେ ବିଷ । ସାଙ୍ଗ ହୋଇ ତିଆରି କଲେ ନିଜ ସାଙ୍ଗର ଅଶ୍ଳୀଳ ଭିଡିଓ । ଆଉ ଏହି ଭିଡିଓ ଏବଂ ଫଟୋକୁ ନିଜ ଅଫିସ୍ ବସଙ୍କ ସହ ସେୟାର୍ ମଧ୍ୟ କରିଛନ୍ତି । ଏଭଳି ଏକ ଲଜ୍ଜାଜନକ ଘଟଣାଟି ଘଟିଛି ହାଇଦ୍ରାବାଦରେ । ଅଭିଯୋଗ ପରେ ଅଭିଯୁକ୍ତାଙ୍କୁ ଗିରଫ କରିଛି ସାଇବରାବାଦ ପୁଲିସ୍ ।

ଅଭିଯୋଗ ଅନୁସାରେ, ଉଭୟ ପୀଡିତା ଏବଂ ଅଭିଯୁକ୍ତା ଗୋଟିଏ ହଷ୍ଟେଲରେ ରୁହନ୍ତି । ତେବେ ଦିନେ ପୀଡିତା ଦେଖିଲେ ଅଭିଯୁକ୍ତା ଜଣକ ନିଜ ମୋବାଇଲର କ୍ୟାମେରା ତାଙ୍କ ଆଡକୁ କରିଛନ୍ତି । ଯାହାକୁ ଦେଖିଲେ ଲାଗୁଥିଲା କି ସେ କିଛି ରେକର୍ଡିଂ କରୁଛନ୍ତି । ତେବେ ନିଜ ସନ୍ଦେହକୁ ସ୍ପଷ୍ଟ କରିବା ପାଇଁ ଆଉ ଜଣେ ସାଙ୍ଗଙ୍କ ସହାୟତାରେ ଅଭିଯୁକ୍ତାଙ୍କ ଅନୁପସ୍ଥିତିରେ ତାଙ୍କ ମୋବାଇଲ୍ ଚେକ୍ କରିଥିଲେ । ତାପରେ ସେ ଯାହା ଦେଖିଲେ ସେଥିରେ ତାଙ୍କ ହୋସ୍ ଉଡିଯାଇଥିଲା ।

ମୋବାଇଲରେ ତାଙ୍କର କିଛି ନ୍ୟୁଡ୍ ଫଟୋ ସହ ଭିଡିଓ ମଧ୍ୟ ରହିଥିଲା । ଆଉ ସେସବୁକୁ ସେ ତାଙ୍କ ଅଫିସ୍ ବସଙ୍କ ସହ ସେୟାର୍ କରିଛନ୍ତି । ଏହା ସହ ଅଭିଯୁକ୍ତାଙ୍କ ଲ୍ୟାପଟପରେ ମଧ୍ୟ ପୀଡିତାଙ୍କ ସମାନ ଭିଡିଓ ରହିଥିଲା । କେବଳ ଏତିକି ନୁହେଁ ଅଭିଯୁକ୍ତା ଜଣକ ଏକ ନକଲି ଫେସବୁକ୍ ଏକାଉଂଟ୍ ଖୋଲି ତାଙ୍କର ଆଉ ଜଣେ ସାଙ୍ଗଙ୍କ ଫଟୋ ମଧ୍ୟ ସେୟାର୍ କରିଥିଲେ । ଏବେ ପୀଡିତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଉଭୟ ଅଭିଯୁକ୍ତା ଏବଂ ତାଙ୍କ ବସଙ୍କୁ ଗିରଫ କରିଛି ।