ବିମାନରେ ମହିଳା କଲେ ପ୍ରସବ! ସାରା ଜୀବନ ମାଗଣା ଯାତ୍ରା ପାଇଁ ଶିଶୁକୁ ମିଳିଲା ପାଶ୍

55

ବିମାନରେ ନବଜାତକକୁ ଜନ୍ମ ଦେଲେ ମହିଳା । ସୂଚନା ଅନୁସାରେ ଶନିବାର ଦିନ ୩୦ ସପ୍ତାହର ଜଣେ ଗର୍ଭବତୀ ମହିଳା ସାଉଦି ଆରବରୁ କୋଚି ଆସିବା ବେଳେ ଫ୍ଲାଇଟରେ ହିଁ ପ୍ରସୂତି ଯନ୍ତଣା ଅନୁଭବ କରିଥିଲେ । ଏବଂ ଏହାରଜେଟରେ ହିଁ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ନବଜାତକର ଜନ୍ମ ପରେ ଫ୍ଲାଇଟକୁ ମୁମ୍ବାଇରେ ଲ୍ୟାଣ୍ଡ କରାଯାଇଥିଲା । ଶିଶୁପୁତ୍ରଟି ପାଖାପାଖି ଶନିବାର ଦିନ ୮ ଟା ୪୫ରେ ଜନ୍ମ ନେଇଥିଲା ।

ସୌଭାଗ୍ୟବଶତଃ ଜେଟରେ ଜଣେ ଚିକିତ୍ସକ ମହୁଜଦ ଥିଲେ , ଯିଏ ମହିଳାଙ୍କୁ ପ୍ରସବ ସମୟରେ କରିଥିଲେ । ନବଜାତକର କୌଣସି ଭିସା କିିମ୍ବା ଟିକଟ ନଥିଲା । କିନ୍ତୁ ଜେଟରେ ଜନ୍ମ ନେଇଥିବା ହେତୁ ଏୟାରଲାଇନ୍ସ ତରଫରୁ ନବଜାତକଙ୍କୁୁ ଜୀବନକାଳ ପାଇଁ ମାଗଣାେରେ ଯାତ୍ରା କରିବା ପାଇଁ ପାଶ୍ ପ୍ରଦାନ କରଥିିଲେ । ସୂଚନା ଅନୁସାରେ ଏୟାର ଜେଟ୍ ଲାଣ୍ଡ କରିବା ପରେ ମା’ ଓ ନବଜାତକୁ କୁ ତୁରନ୍ତ ମୁମ୍ବାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

                   ସୌଜନ୍ୟ-ଟାଇମ୍ସ ଅଫ ଇଣ୍ଡିଆ