ମହିଳା ଦେଲେ ବିଜ୍ଞାପନ : ତାଙ୍କ ପାଇଁ ନିଷ୍ପତ୍ତି ନେଇପାରୁଥିବା ବ୍ୟକ୍ତି ଆବଶ୍ୟକ, ମାସକୁ ଦରମା ମିଳିବ ୨ଲକ୍ଷ ଟଙ୍କା

276

ବ୍ରିଟେନର ଜଣେ ମହିଳା ଏକ ୱେବସାଇଟରେ ବିଜ୍ଞାପନ ଦେଇଛନ୍ତି କି, ତାଙ୍କୁ ସେ ନିଜ ପାଇଁ ଫଇସଲା ନେଉଥିବା ବ୍ୟକ୍ତି ଦରକାର । ଗୋଟିଏ ମାସରେ ଏହି କାମ ପାଇଁ ତାଙ୍କୁ ୨ ହଜାର ପାଉଣ୍ଡ(ପାଖାପାଖି ୧ଲକ୍ଷ ୮୫ ହଜାର) ଟଙ୍କା ମିଳିବ । ଯେଉଁ ବ୍ୟକ୍ତିଙ୍କୁ ମଧ୍ୟ ଏହି କାମ ପାଇଁ ବଛାଯିବ, ସେ ମେସେଜ୍ କିମ୍ବା ଫୋନ୍ କଲରେ ତାଙ୍କ ବିଷୟରେ ଥିବା ଫଇସଲା ଜଣାଇପାରିବ ।

ୱେବସାଇଟରେ ଦେଇଥିବା ବିଜ୍ଞାପନରେ ମହିଳା କହିଛନ୍ତି କି, ସେ ବ୍ରିଟେନର ବ୍ରିଷ୍ଟଲରେ ରହନ୍ତି । ଗତ ବର୍ଷରେ ପ୍ରେମ ଓ ଅର୍ଥ ସହିତ ଜଡିତ କିଛି ନିଷ୍ପତ୍ତି ଠିକ୍ ହୋଇନଥିଲା । ସେଥିପାଇଁ ସେ ଚାହାଁନ୍ତି କି, କେହି ଅନ୍ୟ ବୁଦ୍ଧିମାନ ବ୍ୟକ୍ତି ଏଥିପାଇଁ ସଠିକ୍ ନିର୍ଣ୍ଣୟ ନିଅନ୍ତୁ । ବିଜ୍ଞାପନ ମୁତାବକ, ଗତ ୧୨ ମାସରେ ମହିଳାଙ୍କୁ ଜଣେ ବୟସ୍କ ବ୍ୟକ୍ତିଙ୍କ ଉପରେ ଭରସା କରିବା ଯୋଗୁଁ ବହୁତ କ୍ଷତି ସହିବାକୁ ପଡିଥିଲା । ସେ ଏକ ଖରାପ ସଂପର୍କରେ ମଧ୍ୟ ରହିଥିଲେ ।