ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ: ଅଶୋକ ନଗର କାଳିବାଡି ବସ୍ତିରେ ମହିଳାଙ୍କୁ ଗଳା କାଟି ହତ୍ୟା, ମିଳିନି ମୃତକଙ୍କ ପରିଚୟ, ସ୍ୱାମୀ ଫେରାର

31

କନକ ବ୍ୟୁରୋ: ରାଜଧାନୀରେ ମହିଳାଙ୍କୁ ହତ୍ୟା । ଏହି ଘଟଣାରେ ଆଜି ସାଇଂଟିଫିକ୍ ଟିମ ଯାଇ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିବ । ପରେ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବ ।

ମିଳିଥିବା ସୂଚନା ମୁତାବକ, ଗତକାଲି ଭୁବନେଶ୍ୱରରେ ଅଶୋକ ନଗର ସ୍ଥିତ କାଳିବାଡି ବସ୍ତିରେ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପହଂଚି ପୋଲିସ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଛି । ରାତି ଅଧିକ ହୋଇଯିବାରୁ ଘରକୁ ସିଲ କରି ଜଗି ରହିଛି ।

ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମହିଳାଙ୍କ ସ୍ୱାମୀର କୌଣସି ପତା ମିଳୁନଥିବାରୁ, ସେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି ।