ସବୁବେଳ ହ୍ୱାର୍ଟସଆପରେ ଲାଗି ରୁହନ୍ତୁ ନାହିଁ ! ନହେଲେ ହୋଇପାରେ ଏହି ମହିଳାଙ୍କ ପରି ଅବସ୍ଥା

29

ହ୍ୱାର୍ଟସଆପ୍ ଯୋଗୁଁ ଗାତରେ ଗଳି ପଡିଲେ ମହିଳା । ଆପଣ ଭାବୁଥିବେ ଏହା କିପରି ସମ୍ଭବ । ପ୍ରକୃତକଥା ହେଲା ଆମେରିକା ନ୍ୟୁଜର୍ସି ର ପ୍ଲେନଫୋଲ୍ଟ ଅଞ୍ଚଳରେ ଜଣେ ମହିଳା ସଡକ କଡରେ ପାଦଚଲା ରାସ୍ତା ଦେଇ ଯିବାବେଳେ ବ୍ୟସ୍ତଥିଲେ ହ୍ୱାର୍ଟସଆପ୍ ମେସେଜ ଚେକ କରିବାରେ । ହ୍ୱାର୍ଟସଆପ୍ ଦେଖିବା ଚକ୍କରରେ ସେ ସାମ୍ନାରେ ଥିବା ଗ୍ୟାସ ପାଇପ ଲାଇନ ଖୋଲାଥିବାରେ ଦେଖି ପାରିନଥିଲେ । ଆଗରେ ଥିଲା ୬ପୁଟର ଗାତ । ହ୍ୱାର୍ଟସଆପ ଯୋଗୁଁ ସେ ଗାତକୁ ଦେଖିପାରି ନଥିଲେ ଓ ଉକ୍ତ ଗାତକୁ ମୁହଁମାଡି ଗଳି ପଡିଥିଲେ ।

୬୭ ବର୍ଷିୟ ମହିଳା ଜଣକ ଯେତେଳେ ଗାତରେ ଖସପଡିଲେ ସୌଭାଗ୍ୟବଶତଃ ସେହି ରାସ୍ତା ଦେଇ ଦୁଇ ଜଣ ଯୁବତୀ ଯାଉଥିଲେ । ଏବଂ ଉକ୍ତ ଗ୍ୟାସ ଲାଇନ ଗାତ ଭିତରେ କିଛି ଲୋକ କାମ କରୁଥିଲେ । ସେଥିଯୋଗୁଁ ମହିଳାଙ୍କ ଜୀବନ ବଞ୍ଚିଗଲା । ବିିଷେଷଜ୍ଞଙ୍କ କହିବା ଅନୁସାରେ ସବୁବେଳ ହ୍ୱାର୍ଟସଆପ ବ୍ୟବହାର ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ାଇଥାଏ । ଏହାସହ ବ୍ୟକ୍ତିଗତ ଜୀବନରେ ମଧ୍ୟ କ୍ଷତି ପହଞ୍ଚିଥାଏ । କେବଳ ଯେ ଏପରି ସମସ୍ୟା ସୃଷ୍ଟି କରେ ତା’ ନୁହଁ ଅନ୍ୟମନସ୍କତା ଯୋଗୁଁ ଆପଣ ବି ଏହି ମହିଳାଙ୍କ ପରି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।