ମା’ ଠାରୁ ସ୍ତ୍ରୀଙ୍କୁ ଦେଉଥିଲେ ଅଧିକ ଭଲପାଇବା : ମିଳିଲା ତଲାକ୍ !

46

ଝିଅଟିଏ ଯେତେବେଳେ ଯୌବନରେ ପଦାର୍ପଣ କରେ । ମନରେ ତାର ଉଙ୍କିମାରେ ଅନେକ ସ୍ୱପ୍ନ । ଆଉ ପ୍ରତି ମୁହୂର୍ତ୍ତରେ ସେ ହଜିଥାଏ ଭାବ ରାଇଜରେ । ସ୍ୱପ୍ନର ରାଜ କୁମାରକୁ ଭେଟିବାର ତିତିକ୍ଷା ଓ ଅପେକ୍ଷା ତିଆରି ହୁଏ ଦେହ ମନ ଓ ହୃଦୟରେ । ଝିଅଟିଏ ଭାବେ ଯାହାକୁ ସେ ଜୀବନ ସାଥି ବାଛିବ ସେ ଯେମିତି ତାକୁ ଦେବ ଦୁନିଆର ସବୁ ଖୁସି । ଆଉ ସମସ୍ତଙ୍କ ଠାରୁ ଅଧିକ ଖୁସି ଓ ସ୍ନେହ ତାକୁ ଦେବ । କିନ୍ତୁ ସାଉଦି ଆରବରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି , ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ନିଜର ସ୍ୱାମୀଙ୍କୁ ଦେଇଛନ୍ତି ତଲାକ୍ । ଆଉ ଜାଣନ୍ତି କଣ ପାଇଁ ? ଏଥିପାଇଁ କି ତାଙ୍କ ପତି ଜଣକ ତାଙ୍କ ମା’ଙ୍କ ଠାରୁ ଅଧିକ ଭଲପାଉଥିଲେ ସ୍ତ୍ରୀକୁ ।

ନବଭାରତ ଟାଇମ୍ସରେ ପ୍ରକାଶିତ ସୂଚନା ଅନୁସାରେ , ୨୯ ବର୍ଷିୟ ବ୍ୟକ୍ତି ଜଣକ କେବେ ଭାବିନଥିବେ ସେ ଯେଉଁ ସ୍ତ୍ରୀ ପାଇଁ ନିଜ ପରିବାରକୁ ପଛ କଲେ , ସେହି ସ୍ତ୍ରୀ ତଲାକ୍ ମାମଲାରେ ତାଙ୍କୁ କୋର୍ଟରେ ଠିଆ କରେଇବେ । କୋର୍ଟରୁମରେ ମଧ୍ୟ ଯେତେବେଳେ ସ୍ୱାମୀ-ସ୍ତ୍ରୀ ଉଭୟଙ୍କୁ ତଲାକ୍ ର କାରଣ ପଚରାଗଲା , ଦୁଇଜଣ କୌଣସି କଳି ଝଗଡା ଯୋଗୁଁ ନୁହେଁ ବୋଲି କହିଥିଲେ  । ‘ଖଲିଜ ଟାଇମ୍ସ’ର ଅନୁସାରେ , ମହିଳା ଜଣକ ତଲାକ୍ ପଛର କାରଣ କହିଥିଲେ ଯେ, ଯେଉଁ ବ୍ୟକ୍ତି ତାଙ୍କ ସହ ରହିବା ପାଇଁ ନିଜର ମା’ଙ୍କୁ ଛାଡି ପାରନ୍ତି ସେ ତାଙ୍କ ସହ ବି ରହିପାରିବେନି । ମହିଳା ଜଣକ ବିଚାରପତିଙ୍କୁ କହିଥିଲେ, ‘ମୁଁ ଏମିତି ବ୍ୟକ୍ତିକୁ ବିଶ୍ୱାସ କରିପାରିବି ନାହିଁ , ଯିଏ ନିଜର ସ୍ତ୍ରୀକୁ ଖୁସି କରିବା ପାଇଁ ସବୁକିଛି କରିପାରିବ କିନ୍ତୁ ନିଜ ମା’ ପାଇଁ ଛୋଟ କାମଟିଏ ବି କରିପାରିବ ନାହିଁ । ’

ମହିଳା ଜଣକ ଏହା ବି କହିଥିଲେ କି ତାଙ୍କର ପତି ତାଙ୍କୁ ବିଦେଶ ବୁଲେଇବାକୁ ନେଇ ଅନେକ ମହଙ୍ଗା ଉପହାର ମଧ୍ୟ ଦେଇଛନ୍ତି । ହେଲେ ନିଜ ପରିବାରକୁ ପଛ କରିଦେଇଛନ୍ତି । କିନ୍ତୁ ଅନ୍ୟପଟେ ପତି ଜଣକ ବିଚାରପତିକୁ କହିଛନ୍ତି , ସେ ନିଜ ପତ୍ନୀଙ୍କୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ଏବଂ ସେ ନିଜ ପତ୍ନୀଙ୍କୁ ଖୁସି କରିବାକୁ ପରିବାର ଛାଡିଥିଲେ ।

କୋର୍ଟରେ ମହିଳା ଜଣକ ପତିଙ୍କର ସବୁ ଦାବିକୁ ନାପସନ୍ଦ କରିଥିଲେ । ଆଉ ତଲାକ୍ ନେବା ପାଇଁ ନିଜତ ମତ ଜାହିର କରିଥିଲେ । ଏବଂ କହିଥିଲେ , ତାଙ୍କ ସ୍ୱାମୀ ନିଜର ମା’ପରିବାର ଅପେକ୍ଷା ସ୍ତ୍ରୀକୁ ଗୁରୁତ୍ୱ ଦେଇଥିଲେ । ଆଉ ମଧ୍ୟ କହିଥିଲେ ଏଭଳି ଲୋକଙ୍କ କି ବିଶ୍ୱାସ ଯିଏ ଦିନେ ନିଜର ପ୍ରିୟର ମା’କୁ ପର କରିପାରୁଛି , ବେଳେ ଆସିଲେ ସ୍ତ୍ରୀକୁ ମଧ୍ୟ ଛାଡିଦେବେ । । ମହିଳାଙ୍କ ବାସ୍ତବିକ କଥାକୁ ଶୁଣି ବିଚାରପତି ତଲାକ୍ କୁ ମଂଜୁରୀ ଦେଇଥିଲେ । ଏହା ଦେଖି ପତି ଜଣକ ଆଶ୍ଚର୍ଯ୍ୟ ହୋଇଯାଇତିଲେ । ଆଉ ନିଜ ଭୁଲର ପ୍ରମାଦ ଗଣିଥିଲେ । କୋର୍ଟରେ ଉପସ୍ଥିତ ସବୁ ଲୋକ ମହିଳାଙ୍କ ନିଷ୍ପତ୍ତିକୁ ତାରିଫ କରିଥିଲେ ।

ଏହା ନିଶ୍ଚୟ ଆମ ସମାଜର ସମସ୍ତଙ୍କ ପାଇଁ ଏକ ଉଦାହରଣ ଯୋଗ୍ୟ ଖବର ହେବ । କାରଣ ଏମିତି ଘଟଣା ଆମ ଚାରିପାଖରେ ଦୃଶ୍ୟମାନ ହୁଏ । ୧୦ ମାସ ଦଶଦିନ ଗର୍ଭରେ ଧରି ଯେଉଁ ମା’ ଅନ୍ତ ଚିରି ଦୁନିଆର ଆଲୋକ ଦେଖେଇଥାଏ । ସେ କ୍ଷଣିକରେ ହୋଇଯାଏ ପର । ଦୁନିଆକୁ ଆଣିଥିବା ମା’ ହୋଇଯାଏ ଦୂର । ଆଉ ସାମାନ୍ୟ କିଛି ସୁଖ ପାଇଁ ପୁଅ ଭୁଲିଯାଏ ମା’ ର ମମତା । ମା’ର ସେବା ଏମିତି ପୁଅପାଇଁ ପାଲଟିଯାଏ ତୁଚ୍ଛ ।