କଂଗ୍ରେସ ମହିଳା କର୍ମୀଙ୍କୁ ବିଜେପି ନେତାଙ୍କ ସମର୍ଥକ ଦେଲେ ଗଣଦୁଷ୍କର୍ମର ଧମକ ! ଏହି ନେତାଙ୍କ ବିରୋଦ୍ଧରେ ମହିଳା କର୍ମୀ ଆଣିଲେ ସଂଗୀନ ଅଭିଯୋଗ ।

118

ବିଜେପି ନେତା ସୁରେଶ ଶିରୋଡକରଙ୍କ ଉପରେ ଲାଗିଛି ସଂଗୀନ ଅଭିଯୋଗ ଆଉ ଏ ଅଭିଯୋଗ ଲଗାଇଛନ୍ତି ଜଣେ କଂଗ୍ରେସ୍ ମହିଳା କର୍ମକର୍ତ୍ତା । ଗୋଆ କଂଗ୍ରେସ ଦଳର ମହିଳା ରାଜ୍ୟ ସଚିବ ଦିଆ ସେଟକର୍ ଅଭିଯୋଗ ଆଣି କହିଛନ୍ତି ଯେ ରବିବାର ତାଙ୍କ ପାଖକୁ ଏକ ଫୋନକଲ୍ ଆସିଥିଲା । ଏହି କଲ ବିଜେପି ନେତା ସୁରେଶ ଶିରୋଡକରଙ୍କ ସମର୍ଥକ କରିଥିବା କଥା ଦିଆ ପୋଲିସ୍ ଆଗରେ କହିଛନ୍ତି । ଏହି କଲରେ ସମର୍ଥକ କହିଥିଲେ ଯେ ସେ ଶିରୋଡକରଙ୍କ ସମର୍ଥକ କହୁଛନ୍ତି ଯଦି ଶିରୋଡକରଙ୍କ ଲୋକସଭା କ୍ଷେତ୍ରରେ ପ୍ରବେଶ କରି ତାଙ୍କ ବିରୋଦ୍ଧରେ ପ୍ରଚାର କଲେ ତାଙ୍କୁ ଗଣଦୁଷ୍କର୍ମ କରାଯିବା ସହ ହତ୍ୟା ମଧ୍ୟ କରାଯିବ । ଏହା କହିବା ସହ ସେ ଦିଆଙ୍କୁ ଅପଶବ୍ଦ ମଧ୍ୟ କହିଥିଲେ ।

ଦିଆ ଏନେଇ ପୋଲିସର ଦ୍ୱାରସ୍ଥ ହୋଇ ସବୁ କଥା କହିଛନ୍ତି ଏବଂ ଅତିଶୀଘ୍ର ଅଭିଯୁକ୍ତକୁ ଗିରଫ କରିବା ପାଇଁ କହିଛନ୍ତି । ତେବେ ଆପଣଭ୍କୁ କହିରଖୁଛୁ ପୂର୍ବରୁ କଂଗ୍ରେସ ଦଳରେ ଥିବା ସୁରେଶ ଶିରୋଡକର ଅକ୍ଟୋବର ମାସରେ ବିଜେପିରେ ଯୋଗ ଦେଇଥିଲେ ।