ଏଣିକି ଆଉ ମୁହଁରେ ସ୍କାର୍ପ ପିନ୍ଧି ପାରିବେନି ମହିଳା ! ଜାଣନ୍ତୁ କାହିଁକି ଜାରି ହେବାକୁ ଯାଉଛି ଏହି ନିୟମ ।

59

ଏଣିକି ମହିଳାମାନେ ଆଉ ମୁହଁରେ ସ୍କାର୍ପ ପିନ୍ଧି ପାରିବେ ନାହିଁ । ମେରଠର ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟରେ ଏଥିପାଇଁ ନିୟମ ଜାରି କରାଯାଇଛି । ପ୍ରକୃତ କଥା ହେଉଛି ମହିଳାମାନଙ୍କ ମୁହଁ ଘୋଡାଇବା ଉପରେ ରୋକ ଲଗାଯାଇଛି । ଏହା ଦ୍ୱାରା ମହିଳାମାନେ ମୁହଁ ଘୋଡାଇବା ପାଇଁ ସ୍କାର୍ପ କିମ୍ବା ଦୁପଟାର ବ୍ୟବହାର କରିପାରିବେ ନାହିଁ । କ୍ୟାମ୍ପସ ପରିସରରେ ଅଦରକାରୀ ବସ୍ତୁ ପ୍ରବେଶ ଉପରେ କଟକଣା ଲଗାଇବା ପାଇଁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଏଭଳି ନିଷ୍ପତ୍ତି ପରେ କ୍ୟାମ୍ପସରେ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହା ପ୍ରଥମ ଥର ପାଇଁ ହେଉଛି ଯେ, କୌଣସି ବିଶ୍ୱବିଦ୍ୟାଳୟରେ ମହିଳାମାନଙ୍କ ସ୍କାର୍ପ ପିନ୍ଧା ଉପରେ ରୋକ ଲାଗିଛି । ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଏହା ଏକ ଆବଶ୍ୟକୀୟ ପଦକ୍ଷେପ ଅଟେ । କାହିଁକି ନା ବିଶ୍ୱବିଦ୍ୟାଳୟରେ ଅନାବଶ୍ୟକ ସାମଗ୍ରୀ ପ୍ରବେଶ ଦ୍ୱାରା କ୍ୟାମ୍ପସର ବାତାବରଣ ନଷ୍ଟ ହୋଇଥାଏ । କଲେଜରେ କିଛି ଅଜଣା ଝିଅଙ୍କୁ ଚିହ୍ନଟ କରାଯାଇଥିଲା କିନ୍ତୁ ସେମାନେ ସେମାନଙ୍କ ଆଇଡି କାର୍ଡ ଦେଖାଇ ପାରିନଥିଲେ । ତେଣୁ ସ୍କାର୍ପ ପିନ୍ଧି ମହିଳାମାନେ ଆସୁଥିବାରୁ ସେମାନେ ଛାତ୍ରୀ କି ନୁହେଁ ଜଣା ପଡୁନାହିଁ । ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି ।