ମହିଳା ମାଓ ସଂଗଠନ ଛାଡୁଛନ୍ତି ଓଡିଆ ଝିଅ : ଆତ୍ମସମର୍ପଣ ବେଳେ କହିଲେ,ଓଡିଆ ଝିଅଙ୍କୁ ହୀନ ଦୃଷ୍ଟିରେ ଦେଖନ୍ତି ଛତିଶଗଡି ଓ ତେଲୁଗୁ ମହିଳା ମାଓବାଦୀ

ଜୋରଜବରଦସ୍ତ କରାଉଛନ୍ତି ଛୋଟଛୋଟ କାମ

138

କନକ ବ୍ୟୁରୋ : ଓଡିଆ ମାଓବାଦୀ କ୍ୟାଡରଙ୍କୁ ନୀଚ୍ଚା ଦେଖାଉଛନ୍ତି ତେଲୁଗୁ ଓ ଛତିଶଗଡି ମାଓବାଦୀ । ଏଭଳି ଅଭିଯୋଗ ଆଣିଛନ୍ତି ନୂଆପଡାରେ ଆତ୍ମସମର୍ପଣ କରିଥିବା ୧୫ ବର୍ଷର ମହିଳା କ୍ୟାଡର ମାଓବାଦୀ । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଘାଟମାଲ ପଂଚାୟତର ଏହି ଝିଅ କିଛି ଦିନ ତଳେ ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ । ସାତଦିନ ତଳେ ପାଟଦରା ସଂରକ୍ଷିତ ଜଙ୍ଗଲରେ ତାଲିମ ବି ନେଉଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷେ ଟଙ୍କାର ପୁରସ୍କାର ରାଶି ବି ଘୋଷଣା କରାଯାଇଥିଲା । ଏବେ ସେ ନୂଆପଡା ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ଏଭଳି କୋହଭରା କଥା କହିଛନ୍ତି । ସଂପୃକ୍ତ ଯୁବତୀ କହିବା ଅନୁସାରେ, ତେଲୁଗୁ ଓ ଛତିଶଗଡି ମାଓବାଦୀ ତାଙ୍କୁ ଛୋଟ ଛୋଟ କାମ ବି କରାଉଥିଲେ ।

ସୂଚନାଯୋଗ୍ୟ ଆଜି ସକାଳେ ନୂଆପଡ଼ା ଜିଲ୍ଲା ଏସପିଙ୍କ ନିକଟରେ ଜଣେ ମହିଳା କ୍ୟାର୍ଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏସପିଙ୍କ କାର୍ୟ୍ୟାଳୟରେ ଆଜି ସକାଳେ ମହିଳା ମାଓବାଦୀ ଆତ୍ମସମର୍ପଣ କରିବାକୁ ପହଞ୍ଚିଥିଲେ । ପୂର୍ବରୁ ଓଡ଼ିଶା ସରକାର ତାଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥଲେ । ସେ ମେନପୁର-ନୂଆପଡ଼ା ମାଓବାଦୀ ଡିଭିଜନରେ ଜଣେ କ୍ୟାର୍ଡର ମାଓବାଦୀ ଭାବେ କାର୍ଯ୍ୟ କରୁଥଲେ । ତେବେ ସରକାରୀ ନିୟମ ଅନୁଯାୟୀ ଡାଲମତିଙ୍କୁ ଥଇଥାନ କରାଯିବ ବୋଳି ଏସପି କହିଛନ୍ତି।