ରାକ୍ଷସୀ ପ୍ରେମିକା: ପୁରୁଷ ବନ୍ଧୁକୁ କାଟି ଟୁକୁଡା ଟୁକୁଡା କଲା,ବିରିୟାନି କରି ଲୋକଙ୍କୁ ବାଂଟିଲା

7,200

ଜଣେ ପ୍ରେମିକା ନିଜ ପ୍ରେମିକର ନା ଖାଲି ହତ୍ୟା କରିଥିଲା, ବରଂ ତାର ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି, ରୋଷେଇ କରି ତାକୁ ଲୋକଙ୍କୁ ଖାଇବାକୁ ବି ଦେଇଥିଲା । ଏଭଳି ଚାଂଚଲ୍ୟକର ଘଟଣା ଘଟିଛି ମରକ୍କୋରେ । ଯେଉଁଠି ଜଣେ ଯୁବତୀ ପ୍ରତିଶୋଧ ପରାୟଣ ହୋଇ ତାର ପ୍ରେମିକକୁ ଅତି ନିର୍ମମ ଭାବରେ ହତ୍ୟା କରି, ତାର ମୃତଦେହକୁ ପିସ୍ ପିସ୍ କରି କାଟି, ରାନ୍ଧି ଲୋକଙ୍କୁ ଖାଇବାକୁ ଦେଇଥିଲା ।

ସୂଚନା ମୁତାବକ, ଅଭିଯୁକ୍ତ ମହିଳା ଜଣକ ମରକ୍କୋର ବାସିନ୍ଦା । ହେଲେ ୟୁଏଇରେ ସେ ଏହି କାଣ୍ଡକୁ ଭିଆଇଛିି । ୟିଏଇର ଅଲୟେନ ନାମକ ଅଂଚଳରେ ମହିଳା ଜଣକ ନିଜ ପ୍ରେମୀକଙ୍କ ସହ ଦୀର୍ଘ ୭ ବର୍ଷ କାଳ ଲିଭିଂ ରିଲେସନରେ ରହୁଥିହେ । ହେଲେ ପ୍ରେମୀକ ଜଣକ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଯେଉଁଥିରେ ସେ ଉତକ୍ଷିପ୍ତ ହୋଇ ଯୁବକ ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଦେଇଥିଲେ ।

ଅଭିଯୁକ୍ତ ମହିଳାଙ୍କ କହିବା କଥା ହେଲା କି, ତାଙ୍କ ପ୍ରେମୀକ ତାଙ୍କୁ ବିବାହ ନକରି ଅନ୍ୟ ଜଣେ ମହିଳାଙ୍କ ସହ ବିବାହ କରୁବାକୁ ଯୋଜନା କରୁଥିଲା । ଆଉ ଯେତେବେଳେ ଏସଂପର୍କରେ ଜାଣିବାକୁ ପାଇଥିଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଯୁବକ ଜଣକ ଶୋଇଥିବା ଅବସ୍ଥାରେ ସେ ଏକ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ଆକ୍ରମଣ କରି ହତ୍ୟା କରିଦେଇଥିଲେ ବୋଲି ଅଭିଯୁକ୍ତ ମହିଳା ଜଣକ ପୁଲିସ ଆଗରେ ସ୍ୱୀକାର କରିଥିଲେ । ଖାଲି ଏତିକି ନୁହେଁ ସେ ଆହୁରୀ ମଧ୍ୟ କହିଥିଲେ କି, ପ୍ରେମୀକକୁ ହତ୍ୟା କରି ସାରିବା ପରେ ସେ ଶବକୁ ଖଣ୍ଡ ଖଣ୍ଡ କରି କାଟି , ତାକୁ ବିରିୟାନୀ କରିଥିଲେ ଆଉ ଏହାକୁ ତାଙ୍କ ଘର ପାଖରେ କାମ କରୁଥିବା ଶ୍ରମିକ ମାନଙ୍କୁ ଖାଇବାକୁ ବି ଦେଇଦେଇଥିଲେ ।

ତେବେ ଘଟଣାଟି ସେତେବେଳେ ପଦାକୁ ଆସିଥିଲା , ଯେତେବେଳେ ମୃତ ଯୁବକ ଜଣଙ୍କର ଭାଇ ତାଙ୍କର ନିଖୋଜ ହେବା ଘଟଣା ଥାନାରେ ଅଭିଯୋଗ କରିଥିଲେ । ଯାହା ପରେ ପୁଲିସ ଯାଂଚ ଜୋରଦାର କରିଥିଲା ଆଉ ମହିଳା ଜଣକ ନିଜ ଅପରାଧ ପୁଲିସ ସମ୍ମୁଖରେ ସ୍ୱୀକାର କରିଥିଲା ।