ଯୌତୁକରେ ମିଳିଲାନି ବାଇକ୍, ବିବାହିତା ମହିଳାଙ୍କୁ ଜିଅନ୍ତା ଜାଳିଲେ 

ଯୌତୁକରେ ବାଇକ୍ ନମିଳିବାରୁ ବିବାହିତା ମହିଳାଙ୍କୁ ଜିଅନ୍ତା ଜାଳିଦେଇଛନ୍ତି ।

99

ବିହାରର  କୈମୁର ଜିଳ୍ଲାରେ ପୁଣି ଥରେ ମାନବ ଜାତି ଲଜ୍ଜିତ ହୋଇଛି । ଯେଉଁଠି ଯୌତୁକରେ ବାଇକ୍ ନମିଳିବାରୁ ବିବାହିତା ମହିଳାଙ୍କୁ ଜିଅନ୍ତା ଜାଳିଦେଇଛନ୍ତି । ଏହି ଘଟଣାଟି ଚୌନପୁରର ବସାବନପୁର ଗାଁର । ଚିକିତ୍ସା ସମୟରେ ସଦର ହସପିଟାଲରେ ବିବାହିତାଙ୍କ ମୃତ୍ୟୁ ଘଟିଛି । ମହିଳାଙ୍କ ଶାଶୂଘରର ୫ ସଦସ୍ୟଙ୍କ ଉପରେ ମାମଲା ରୁଜୁ କରାଯାଇଛି ।

ବିବାହିତାଙ୍କ ପରିଜନମାନେ କହିଛନ୍ତି କି, “ଆପଣଙ୍କ ଝିଅଙ୍କୁ ଜାଳିଦେଇଛନ୍ତି ବୋଲି ଫୋନ ଆସିଲା ।  ଯେତେବେଳେ ଆମେ ପହଂଚିଲୁ ଝିଅର ଶାଶୂଘର ଲୋକେ ଆମକୁ ପିଟିଲେ ଓ ଚିକିତ୍ସା ପାଇଁ ଯିବାକୁ ଦେଲେନି । ଅନେକ ଥର ପୁଲିସକୁ ସୂଚନା ଦିଆଯାଇଥିଲେ ମଧ୍ୟ ଘଣ୍ଟାଟେ ପରେ ମଧ୍ୟ ପୁଲିସ୍ ଘଟଣାସ୍ଥଳକୁ ପହଂଚିନଥିଲା । ପୁଲିସ୍ ଅଧୀକ୍ଷକଙ୍କୁ ସଂପର୍କ କରିବା ପରେ ପୁଲିସ୍ ପହଂଚିଥିଲା ।”

ମୃତକଙ୍କ ପରିଜନଙ୍କ କହିବାନୁସାରେ, ଠିକ୍ ସମୟରେ ପୁଲିସ୍ ଆସିଥାନ୍ତା ଓ ଚିକିତ୍ସା ହୋଇଥାନ୍ତା, ତେବେ ମହିଳାଙ୍କ ଜୀବନ ବଂଚିଯାଇଥାନ୍ତା । ସୂଚନାଯୋଗ୍ୟ, ମହିଳାଙ୍କ ବିବାହ ୫ ମାସ ପୂର୍ବରୁ ହୋଇଥିଲା । ପୁଲିସ୍ ମାମଲାର ଯାଂଚ କରୁଛି ।