ଜୀବନ ଯୁଦ୍ଧରେ ହାରିଗଲେ ବ୍ୟାସନଗରର ‘ଝୁମା’ । ସ୍ୱାମୀର ନିସ୍ତୁକ ମାଡ ଓ ଲୁହା ଚେଙ୍କ ଖାଇ ଗୁରୁତର ଅବସ୍ଥାରେ ହେଉଥିଲେ ଚିକିତ୍ସିତ

ଅଭିଯୁକ୍ତ ରବିଶଙ୍କରକୁ ଗିରଫ କଲା ପୁଲିସ

284

କନକ ବ୍ୟୁରୋ: ସନ୍ଦେହୀ ସ୍ୱାମୀ ସାଜିଲା ସଇତାନ । ଯାହାକୁ ଦିନେ ଭଲ ପାଇ ବାହା ହୋଇଥିଲେ ସେ ସାଜିଲା ଘାତକ । ସ୍ୱାମୀର ନିସ୍ତୁକ ମାଡ ଓ ଲୁହା ଚେଙ୍କ ଖାଇ ଗୁରୁତର ହୋଇପଡିଥିବା ସ୍ତ୍ରୀ ଜୀବନ ଯୁଦ୍ଧରେ ହାରି ଯାଇଛି । ଯାଜପୁର ବ୍ୟାସନଗର ପୌରାଂଚଳ ପଦ୍ମପୁର ଅଂଚଳର ଝୁମା ୮ ଦିନ ଧରି କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଝିଛି ।

ଏକ ଫୋନ କଲକୁ ଆଧାର କରି ସ୍ତ୍ରୀଙ୍କ ପରକୀୟା ପ୍ରିତି ନେଇ ସନ୍ଦେହ କରିଥିଲେ ସ୍ୱାମୀ ରବିଶଙ୍କର । ଏହାପରେ ଆରମ୍ଭ କରିଦେଇଥିଲେ ଅତ୍ୟାଚାର୍ । ପ୍ରଥମେ ନିସ୍ତୁତ ପିଟିବା ପରେ ଲୁହାଛଡକୁ ତତେଇ ଝୁମା ଦେହରେ ଚେଙ୍କ ଦେଇଥିଲା ଏହି ନରହନ୍ତା ସ୍ୱାମୀ । ଏନେଇ ବ୍ୟାସନଗର କିନ୍ନର ସଂଘ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । କିନ୍ନର ସଂଘର ଅଭିଯୋଗକୁ ଆଧାର କରି ବ୍ୟାସନଗର ପୁଲିସ ରବିଶଙ୍କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ନିର୍ଯାତନାର ଶିକାର ଝୁମା କାଜୁଆଲ ପ୍ରାୟ ୭ବର୍ଷ ତଳେ ସାପ ଗଡିଆର ରବି କାଜୁଆଲକୁ ପ୍ରେମ ବିବାହ କରିଥିଲେ। ଝୁମାଙ୍କ ଘର ଭୁବନେଶ୍ବର ହୋଇଥିବା ବେଳେ ରବି ସେଠାରେ ଏକ କୋରିଅର ସ˚ସ୍ଥାରେ କାମ କରୁଥିବାବେଳେ ଉଭୟଙ୍କ ମଧରେ ପ୍ରେମ ସ˚ପର୍କ ସୃଷ୍ଟି ହୋଇଥିଲା। ଏକ ଫୋନ କଲକୁ ଆଧାର କରି ସ୍ତ୍ରୀଙ୍କ ପରକୀୟା ପ୍ରିତି ନେଇ ସନ୍ଦେହ କରିଥିଲେ ସ୍ୱାମୀ ରବିଶଙ୍କର । ଏହାପରେ ଆରମ୍ଭ କରିଦେଇଥିଲେ ଅତ୍ୟାଚାର୍ । ପ୍ରଥମେ ନିସ୍ତୁତ ପିଟିବା ପରେ ଲୁହାଛଡକୁ ତତେଇ ଝୁମା ଦେହରେ ଚେଙ୍କ ଦେଇଥିଲା ଏହି ନରହନ୍ତା ସ୍ୱାମୀ ।

ଖବରପାଇ ଯାଜପୁର ଜିଲା କିନ୍ନର ସ˚ଘର ସଭାପତି କାଜଲ ନାୟକ ଗୁରୁତର ଝୁମାଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏନେଇ ବ୍ୟାସନଗର କିନ୍ନର ସଂଘ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗକୁ ଆଧାର କରି ବ୍ୟାସନଗର ପୁଲିସ ରବିଶଙ୍କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।