ଭିକ ମାଗି ମାଗି କୋଟିପତି ! ୧୦ ବର୍ଷ ହେଲା ଭିକ ମାଗୁଛନ୍ତି ମହିଳା । ଆକାଉଣ୍ଟରେ ଜମା ଥିବା ଟଙ୍କା ଦେଖି ଉଡିଲା ବ୍ୟାଙ୍କ କର୍ମଚାରୀଙ୍କ ହୋସ୍ ।
କନକ ବ୍ୟୁରୋ : ଦୁନିଆରେ ଏବେ ଅନେକ ଦେଶରେ ଭିକ ମାଗିବାକୁ ଅପରାଧ ବୋଲି କୁହାଯାଉଛି । କିନ୍ତୁ ତଥାପି ମଧ୍ୟ ଲୋକେ ଭିକ ମାଗିବା ବନ୍ଦ କରୁ ନାହାନ୍ତି । ବିଭିନ୍ନ ଦେଶର ପ୍ରସିଦ୍ଧ ସ୍ଥାନ ମାନଙ୍କରେ ଅନେକ ଭିକାରୀଙ୍କୁ ଭିକ ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ଏବେ ସେଭଳି ଜଣେ ମହିଳା ଭିକାରୀଙ୍କ କାହାଣୀ ଚର୍ଚ୍ଚାରେ ରହିଛି । ମହିଳା ଭିକାରୀଙ୍କ ଆକାଉଣ୍ଟରେ ଥିବା ଟଙ୍କା ଦେଖି ବ୍ୟାଙ୍କ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମହିଳାଜଣଙ୍କ ଲେବନାନର ବାସିନ୍ଦା ହୋଇଥିବା ବେଳେ ତାଙ୍କ ନାଁ ଓ୍ଵାଫା ମହମ୍ମଦ ଅବଦ ବୋଲି ଜଣା ପଡ଼ିଛି । ଓ୍ଵାଫାଙ୍କ ବ୍ୟାଙ୍କ ଆକାଉଣ୍ଟ ଚେକ୍ କରିବା ପରେ ତାଙ୍କ ଆକାଉଣ୍ଟରେ ୬.୩୭କୋଟି ଟଙ୍କା ଥିବା ଜଣା ପଡ଼ିଥିଲା । ଓ୍ଵାଫା ନିଜର ଟଙ୍କା ଗୋଟେ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ପଠାଇବା ପାଇଁ ବ୍ୟାଙ୍କରେ ପହଞ୍ଚିଥିବା ବେଳେ ପ୍ରକୃତ ଘଟଣାଟି ସାମ୍ନାକୁ ଆସିଥିଲା । ଓ୍ଵାଫା ଟଙ୍କା ଅନ୍ୟ ଆକାଉଣ୍ଟକୁ ପଠାଇବା ପାଇଁ ଆବେଦନ କରିବା ପରେ ପଠାଯିବାକୁ ଥିବା ଟଙ୍କାକୁ ଦେଖି ବ୍ୟାଙ୍କ କର୍ମଚାରୀଙ୍କ ହୋସ୍ ଉଡ଼ି ଯାଇଥିଲା । ମହିଳାଜଣଙ୍କ ନିଜ ଚେକ୍ରେ ଯେତିକି ଟଙ୍କା ପଠାଇବା ପାଇଁ ଆବେଦନ କରିଥିଲେ ସେତିକି ଟଙ୍କା ବ୍ୟାଙ୍କ କର୍ମଚାରୀଙ୍କ ପାଖରେ ନଥିଲା ।
إغلاق البنك الشهير في #لبنان “جمال ترست”، يفضح قصة متسولة لبنانية معروفة في #صيدا باسم الحاجة “وفاء عوض” تبين أنها “مليونيرة” وتملك برصيدها البنكي حوالي 900 ألف دولار، بعد اضطرارها لسحب أموالها ونقلها، ليُكشف أمرها وتنتشر صور شيكات باسمها على مواقع التواصل.#مصدر_للأخبار pic.twitter.com/8XrFpRfMT2— مصدر (@MSDAR_NEWS) October 3, 2019
ଓ୍ଵାଫାଙ୍କ ଦୁଇଟି ଚେକ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେପ୍ଟେମ୍ବର ୩୦, ୨୦୧୯ତାରିଖ ଲେଖାଯାଇଛି । ଓ୍ଵାଫା ଏକ ପ୍ରସିଦ୍ଧ ଡାକ୍ତରଖାନା ବାହାରେ ବସି ପ୍ରତିଦିନ ଭିକ ମାଗିଥାନ୍ତି । ପ୍ରାୟ ୧୦ବର୍ଷ ହେଲାଣି ଓ୍ଵାଫା ଡାକ୍ତରଖାନା ବାହାରେ ଭିକ ମାଗି ଆସୁଛନ୍ତି ବୋଲି ଡାକ୍ତରଖାନାର ଜଣେ ନର୍ସ କହିଛନ୍ତି ।