ରାଜଧାନୀ ଦିଲ୍ଲୀରେ ମଦ ମଫିଆଙ୍କ ଉନ୍ମତ୍ତକାଣ୍ଡ ! ବିଚ୍ ରାସ୍ତାରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ପିଟ କରିଥିବା ଅଭିଯୋଗ

28

କନକ ବ୍ୟୁରୋ : ଦିନକୁ ଦିନ ଦିଲ୍ଲୀରେ ବଢ଼ିଚାଲିଛି ନାରୀ ନିର୍ଯାତନା । ରାଜଧାନୀ ଦିଲ୍ଲୀ ନାରୀ ନିନିର୍ଯାତନାର ରାଜଧାନୀ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ମଦ ମଫିଆଙ୍କ ଉନ୍ମତ୍ତକାଣ୍ଡ । ଯାହାର ଶିକାର ହୋଇଛନ୍ତି ମହିଳା ଆୟୋଗର ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ଜଣେ ମହିଳା । ମଦ ବିକ୍ରିକୁ ବିରୋଧ କରିବାରୁ ବିଚ୍ ରାସ୍ତାରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ପିଟ କରିଥିବା ଅଭିଯୋଗ ହୋଇଛି ।

ଏଭଳି ଘଟଣା ଘଟିଛି ଖୋଦ ରାଜଧାନୀ ଦିଲ୍ଲୀରେ । ମହିଳାଙ୍କୁ ମଦମାଫିଆ ଅର୍ଦ୍ଧନଗ୍ନ ଅବସ୍ଥାରେ ରାସ୍ତାରେ ବୁଲାଇଛନ୍ତି । ନରେଲା ଅଂଚଳରେ ଥିବା ଅବାଧ ମଦ ବିକ୍ରିକୁ ବିରୋଧ କରିବାରୁ ଏଭଳି ଆକ୍ରୋଶର ଶିକାର ହୋଇଥିଲେ ମହିଳା ଜଣକ । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଘଟଣା ପାଇଁ ଦିଲ୍ଲୀ ପୁଲିସକୁ ଦାୟୀ କରିଛନ୍ତି କେଜ୍ରିୱାଲ । ଏହି ଘଟଣାରେ ୬ ଜଣ ମହିଳା ଗିରଫ ହୋଇଛନ୍ତି ।