ମହିଳା ଭିକାରୀଙ୍କ ଶେଷ ଇଚ୍ଛା ହେଲା ପୁରା : ବଂଚି ଥାଉ ଥାଉ ଭିକ ମାଗି ଚଳୁଥିଲେ, ମୃତ୍ୟୁ ପୂର୍ବରୁ ସହିଦଙ୍କ ନାଁରେ କଲେ ୬ଲକ୍ଷ ୬୧ ହଜାର ଟଙ୍କା

810

ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ସିଆରପିଏଫ୍ ଯବାନଙ୍କ ପରିବାରକୁ ଦେଶର ସମସ୍ତ ବର୍ଗଙ୍କ ଠାରୁ ସହାୟତାର ହାତ ଉଠୁଛି । ରାଜସ୍ଥାନର ଅଜମେରରେ ଜଣେ ମହିଳା ଭିକାରୀ ନିଜ ମୃତ୍ୟୁ ପୂର୍ବରୁ ଏମିତି ଏକ କାମ କରିକି ଯାଇଛନ୍ତି, ଯାହାକୁ ଉଦାହରଣ ଭାବେ ନିଆଯାଇଛି । ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ପରିବାରଙ୍କ ସହାୟତା ପାଇଁ ଦେଶର ବଡ ବଡ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଖେଳାଳୀ ମଧ୍ୟ ସାମିଲ ଅଛନ୍ତି । କିନ୍ତୁ ଏବେ ରାଜସ୍ଥାନର ଜଣେ ମହିଳା ଭିକାରୀଙ୍କ ଶେଷ ଇଚ୍ଛା ଭାବେ ପାଖାପାଖି ୬ଲକ୍ଷ ୬୧ହଜାର ଟଙ୍କା ସହିଦ୍ ପରିବାରଙ୍କୁ ଦିଆଯାଇଛି ।

ମହିଳାଙ୍କ ନାଁ ଦେବକୀ ଶର୍ମା ଥିଲା ଏବଂ ୬ ମାସ ପୂର୍ବେ ତାଙ୍କର ଦେହାନ୍ତ ହୋଇସାରିଛି । ଅଜମେରର ବଜରଙ୍ଗ ଗଢ଼ରେ ମାତା ମନ୍ଦିର ପାଖରେ ବସି ଅନେକ ବର୍ଷ ଭିକ ମାଗିଲେ ଏବଂ ସଂଚୟ କଲେ । ପ୍ରତିଦିନ ଭିକରେ ମିଳିଥିବା ଟଙ୍କା ମନ୍ଦିର କମିଟିର ସଦସ୍ୟଙ୍କୁ ଦେଉଥିଲେ । ମନ୍ଦିର କମିଟିର ସଦସ୍ୟ ବୃଦ୍ଧା ମହିଳାଙ୍କ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲି ସମସ୍ତ ଟଙ୍କା ସେଥିରେ ଜମା କରିଦେଲେ । ମହିଳା ନିଜର ଶେଷ ସମୟରେ ଏହା କହି ନିଜର ପ୍ରାଣତ୍ୟାଗ କଲେ କି, ସେହି ଟଙ୍କା କୌଣସି ଭଲ କାମରେ ଲଗାଇବ ।

ମନ୍ଦିର କମିଟିର ସଚିବଙ୍କ କହିବାନୁସାରେ, ମହିଳା ଦେବକୀ ଶର୍ମାଙ୍କ ଶେଷ ଇଚ୍ଛା ମୁତାବକ କମିଟି ଏହି ଟଙ୍କାକୁ କୌଣସି ଅନ୍ୟ କାମରେ ଦେଇଥାନ୍ତେ । କିନ୍ତୁ ଯେଉଁ ଘଟଣା ପୁଲୱାମାରେ ହୋଇଛି, ସେଥିରେ ସହିଦ ପରିବାରଙ୍କ ସାହାଯ୍ୟ ଠାରୁ ବଡ ଅନ୍ୟ କୌଣସି ପୂଣ୍ୟ କାମ ନାହିଁ । ସେହି ମନ୍ଦିର କମିଟିର ସଦସ୍ୟ ସହିଦ ପରିବାରଙ୍କୁ ପହଂଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରେ ଜମା କରିଛନ୍ତି । ଟଙ୍କାକୁ ଡ୍ରାଫ୍ଟ ବନାଇ ଜିଲ୍ଲା କଲେକ୍ଟରକୁ ହସ୍ତାନ୍ତର କରାଯାଇଛି ।

Comments are closed.