ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ବୋଲି ଦାବି କରୁଥିବା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

21

କନକ ବ୍ୟୁରୋ: ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ବୋଲି ଦାବି କରୁଥିବା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ବିଧାନସଭାରେ ସମ୍ମୁଖରେ ଆଜି ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସୋନାଲିକା ମହାନ୍ତି । ବିଧାନସଭାରେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରିଛନ୍ତି ।

ଗତ କିଛି ଦିନ ତଳେ ନବୀନ ନିବାସ ସମ୍ମୁଖରେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସୋନାଲିକା । ନିଜକୁ ବିଧାୟକଙ୍କ ପତ୍ନୀ ବୋଲି ଦାବି କରୁଥିବା ସୋନାଲିକା ଏନେଇ ପୂର୍ବରୁ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ଓକିଲ ଜରିଆରେ ଗତ ମେ’ ୨୭ତାରିଖରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ମକଦ୍ଦମା ରୁଜୁୁ କରିଛନ୍ତି ସୋନାଲିକା ମହାନ୍ତି ।

ଆଇପିସି ଦଫା ୨୯୪, ୩୧୩, ୩୨୩, ୩୭୬, ୪୯୩, ୪୯୬ ଓ ୫୦୬ରେ ମାମଲା ରୁଜୁ ହୋଇଛି । ବାରମ୍ବାର ନିଜକୁ ବିଧାୟକଙ୍କ ସ୍ତ୍ରୀ ବୋଲି ମହିଳା ଜଣକ ଦାବି କରି ଆସୁଥିଲେ ବି ଖୋଲାଖୋଲି ଏହାକୁ ଖଣ୍ଡନ କରୁଛନ୍ତି ବିଧାୟକ । ଆଉ ଏହାକୁ ନେଇ କେତେବେଳେ ତାଳଚେରରେ ତ ଆଉ କେତେବେଳେ ଭୁବନେଶ୍ୱରରେ ହଙ୍ଗାମା କରିଛନ୍ତି ।