ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କୁ ଆକ୍ରମଣ

16

ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କୁ ଆକ୍ରମଣ । ତାହା ପୁଣି ଉପଜିଲ୍ଲାପାଳ ଉପସ୍ଥିତିରେ । ଏମିତି ଅଭିଯୋଗ ଆଣିଛନ୍ତି କେନ୍ଦ୍ରପଡା ଜିଲ୍ଲାର ଜଣେ  ସ୍ୱେଚ୍ଛାସେବୀ । ଅଭିଯୋଗ ଅନୁସାରେ ଅସାଧୁ ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସ ହାତରେ ଧରାଇବାରେ ସହଯୋଗ କରୁଥିବାରୁ ତାଙ୍କୁ ଆକ୍ରମଣ କରାଯାଇଛି । ଉପଜିଲ୍ଲାପଳ କାହ୍ନୁଚରଣ ଧିରଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଅଫିସର ଅନ୍ୟ କର୍ମଚାରୀ ତାଙ୍କୁ ଧକ୍କା ମାରିବା ସହ ତାଙ୍କ ମୋବାଇଲ ଓ ୨ ହଜାର ଟଙ୍କା ଛଡାଇ ନେଇଥିବା ନେଇ ସେ ଟାଉନ ଥାନାରେ ଏତଲା ଦେଇଛନ୍ତି । ସେପଟେ ଏହି ଘଟଣାକୁ ଭିତିହୀନ ବୋଲି ଉପଜିଲ୍ଲାପାଳ କହୁଥିବା ବେଳେ ଟାଉନ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି ।