ପରମ୍ପରା ନାଁରେ ବର୍ବରତା ! ଜମି ପାଇଁ ସ୍ୱାମୀର ଭାଇ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ହୁଅନ୍ତି ମହିଳା

60

ନାରୀ ଓ ପୁରୁଷ ସମାନ ବୋଲି ଆମେ ଯେତେ ଗଳା ଫଟାଇ ଚିତ୍କାର କଲେ ମଧ୍ୟ ଆମ ସମାଜ ଏବେ ବି ସମ୍ପୂର୍ଣ୍ଣ ରୂପେ ବଦଳି ନାହିଁ । ଏକବିଂଶ ଶତାବ୍ଦୀରେ ମହିଳାମାନେ ଶୀର୍ଷର ପହଞ୍ଚିବା ପରେ ସହ ପୁରୁଷଙ୍କୁ ପୁରା ଟକ୍କର ଦେଉଛନ୍ତି । କିନ୍ତୁ ଏପଟେ ଦୁନିଆରେ ଏବେ ବି ଏମିତି କିଛି ଜାଗା ଅଛି ଯେଉଁଠି ମହିଳାଙ୍କ ସହ ହୁଏ ପଶୁତୂଲ୍ୟ ବ୍ୟବହାର । ଆମେ ଆଜି ଆପଣଙ୍କୁ କହିବୁ ଏମିତି ଏକ ସ୍ଥାନ ବିଷୟରେ । ଦିଲ୍ଲୀରୁ ୨ ଘଣ୍ଟା ଦୂର ରାଜସ୍ତାନର ଅଲବର ଜିଲ୍ଲାର ଏକ ଛୋଟ ଗାଁ ମନଖେରାରେ ରହିଛି ଏପରି ଅଜବ ତଥା ଅମାନବୀୟ ପରମ୍ପରା ।

photo courtesy-http://hindi.boldsky.com

ଏହି ଅଜବ ପରମ୍ପରାରେ ଜଣେ ଭାଇ ଅନ୍ୟ ଭାଇର ସ୍ତ୍ରୀ ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖେ । ଆଉ ଆପଣ ଶଉଣି ଆଶ୍ଚର୍ଯ୍ୟ ହେବ ଏହି ଭୟଙ୍କର ପରମ୍ପରା ପାଳନ କରାଯାଏ କେବଳ କିଛି ଖଣ୍ଡ ଜମି ପାଇଁ । ଗୋଟିଏ ପରିବାରେ ଯଦି ଦୁଇ ଭାଇ ଥାଆନ୍ତି ଓ ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଜମି ନଥାଏ, ତେବେ ଜଣେ ଭାଇ ବିବାହ କରେ ନାହିଁ ।

ଜଣେ ଭାଇ ନିଜର ବୈବାହିକ ଜୀବନକୁ ବଳିଦାନ ଦେଇଦିଏ ଆଉ ଏହାର କାରଣ ଜମି ଆଉ ଅଧିକ ଭାଗରେ ନ ବାଣ୍ଟି ହେଉ । ପ୍ରକୃତ କଥା ହେଲା ଏହା କୌଣସି ପ୍ରକାର ବଳିଦାନ ନୁହଁ । କେବଳ କିଛି ଜମି ପାଇଁ ଦୁଇ ଭାଇ ଜଣେ ମହିଳାର ଇଚ୍ଛା ବିରୋଧରେ ତାକୁ ବାଣ୍ଟି ଦିଅନ୍ତି । ଏହି ଗାଁରେ ଏପରି କୁରୀତିର ବ୍ୟାପକ ପାଳନ ହୁଏ କିନ୍ତୁ ଏନେଇ କେହି ବି ଖୋଲି କି କଥାବାର୍ତ୍ତା କରିପାରନ୍ତି ନାହି ।

                                                  ସୌଜନ୍ୟ-ବୋଲ୍ଡସ୍କାଇ.କମ