ଡାକ୍ତର ଭଗବାନଙ୍କ ଦ୍ୱିତୀୟ ରୂପ : ନିଜ ଝିଅର ମୃତ୍ୟୁର ଦୁଃଖକୁ ଭୁଲିବା ପାଇଁ ଅନ୍ୟ ଦୁଇ ଶିଶୁଙ୍କ ଅସ୍ତ୍ରୋପଚାର ଖର୍ଚ୍ଚ ବହନ କଲେ ଡାକ୍ତର ଦମ୍ପତି

51

କନକ ବ୍ୟୁରୋ : ସାଧାରଣ ଭାବରେ ଡାକ୍ତରମାନଙ୍କୁ ଭଗବାନଙ୍କ ଦ୍ୱତୀୟ ରୂପ ବୋଲି କୁହାଯାଇଥାଏ । କାରଣ କେବଳ ଡାକ୍ତରମାନେ ହିଁ ମଣିଷ ରୋଗରେ ପଡିଥିଲେ ସେମାନଙ୍କୁ ଭଲ କରନ୍ତି । ତେଣୁ ଡ଼ାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ । କାରଣ ସେମାନଙ୍କ ପାଇଁ ହିଁ ଅନେକ ସମୟରେ ଜୀବନ ବଞ୍ଚି ପାରିଥାଏ । ତେବେ ମୁମ୍ବାଇରେ ଜଣେ ଡ଼ାକ୍ତର ଦମ୍ପତି କରିଥିବା କାମ ଏବେ ପ୍ରଶଂସନୀୟ ହୋଇ ପାରିଛି । ନିଜ ଝିଅକୁ ହରାଇବା ପରେ ଆଉ କେଉଁ ମାତା-ପିତା ଏଭଳି କଷ୍ଟ ନ ପାଆନ୍ତୁ ସେ ନେଇ ଏକ ଭିନ୍ନ ଉପାୟ ଆପଣାଇଛନ୍ତି ଡ଼ାକ୍ତର ଦମ୍ପତି । ଦୁଇ ଶିଶୁଙ୍କ ଅସ୍ତ୍ରୋପଚାର ଖର୍ଚ୍ଚ ଉଠାଇବା ନିଷ୍ପତ୍ତି ନେଇ ସେ ନିଜ ଦୁଃଖକୁ କମ କରିବା ପାଇଁ ଚେଷ୍ଟା କରିଥିବା ଜଣାପଡ଼ିଛି ।

 

ସୂଚନା ମୁତାବକ, ଦମ୍ପତିଙ୍କ ୪ ବର୍ଷର ଝିଅ ଗତ ବର୍ଷ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲା । ନିଜ ଝିଅକୁ ବଞ୍ଚାଇବାକୁ ଚାହିଁ ମଧ୍ୟ ସେ ବଞ୍ଚାଇ ପାରି ନ ଥିବା ବେଳେ ତାଙ୍କ ଅଙ୍ଗ ମଧ୍ୟ ଦାନ କରି ପାରି ନ ଥିଲେ । ଘଟଣାର ୮ମାସ ପରେ ଦୁଇ ଜଣ ଶିଶୁ ଉମେଶ ଏବଂ ଅଶ୍ୱିନୀଙ୍କ ଅବସ୍ଥା ଦେଖି ଦୁଇ ଜଣଙ୍କ ଅସ୍ତ୍ରୋପଚାରର ସବୁ ଖର୍ଚ୍ଚ ବହନ କରିବେ ବୋଲି ନିଷ୍ପତ୍ତିି ନେଇଥିଲେ । ଅଗଷ୍ଟ ୨୧ରେ ଦୁହିଁଙ୍କ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏବେ ଦୁଇ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।