୪୦୦୦ କୋଟିର ମାଲିକ ରାଜ୍ୟସଭା ପ୍ରାର୍ଥୀ : ଜାଣନ୍ତୁ ସବୁଠାରୁ ଧନଶାଳୀ ପ୍ରାର୍ଥୀଙ୍କ ବାବଦରେ

53

ବିହାର ଜାହାନାବାଦର ଡା. ମହେନ୍ଦ୍ର ପ୍ରସାଦ ସପ୍ତମ ଥର ପାଇଁ ରାଜ୍ୟସଭାରେ ନିଜ ଉପସ୍ଥିତି ଜାହିର କରିବାକୁ ଯାଉଛନ୍ତି । ତାଙ୍କର ଶପଥ ପତ୍ର ଅନୁସାରେ ସେ ବର୍ତ୍ତମାନର ସବୁଠୁ ଧନୀ ରାଜ୍ୟସଭା ପ୍ରାର୍ଥୀ ରୁପେ ସାମନାକୁ ଆସିଛନ୍ତି । କିଙ୍ଗ ମହେନ୍ଦ୍ର ନାମରେ ପରିଚିତ ଡା. ମହେନ୍ଦ୍ର ପ୍ରସାଦ ତାଙ୍କର ଶପଥ ପତ୍ରରେ ୪୦୦୦ କୋଟି ସମ୍ପତ୍ତିର ତଥ୍ୟ ଦେଇଛନ୍ତି ।

୭୮ ବର୍ଷୀୟ ଡା ମହେନ୍ଦ୍ର ତୃତୀୟ ଥର ପାଇଁ ବିହାରରୁ ଜେଡିୟୁ ଦଳରୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ନିର୍ବାଚନୀ ଶପଥ ପତ୍ରରେ ତାଙ୍କ ଚଳ ସମ୍ପତ୍ତି ରେ ୪,୦୧୦,୨୧ କୋଟି ଟଙ୍କାର ତଥ୍ୟ ଦେଇଥିବା ବେଳେ ୨୯.୧ କୋଟି ଟଙ୍କାର ଅଚଳ ସମ୍ପତ୍ତି ଅଛି ବୋଲି ସୂଚନା ଦେଇଛନ୍ତି ।

ଡା. ପ୍ରସାଦଙ୍କ ଦୁଇଟି ଫାର୍ମା କମ୍ପାନୀ , ଗୋଟିଏ ମାପ୍ରା ଲେବୋରୋଟୋରୀ ପ୍ରାଇଭେଟ ଲିମିଟେଡ ଓ ଅନ୍ୟଟି ଆରିଷ୍ଟୋ ଫାର୍ମାସ୍ୟୁଟିକାଲ୍ସ । ଏହି କମ୍ପାନୀ ଗୁଡିକରୁ ତାଙ୍କ ଆୟ ପାଖାପାଖି ୨,୨୩୯ କୋଟି ଯାହା ଷ୍ଟେଟ ବ୍ୟାଙ୍କରେ ଜମା ଅଛି ।
ଶପଥପତ୍ର ଅନୁସାରେ ଏହି ଅରବପତି ନେତାଙ୍କ କୈାଣସି ପ୍ରକାର ମୋଟର ବା ବାହାନ ବୀମା ନାହିଁ । କିନ୍ତୁ ତାଙ୍କ ପାଖରେ ୪୧ ଲକ୍ଷ ଟଙ୍କାର ସୁନା ଗହଣା ଅଛି । ୨୦୧୬-୧୭ ଆର୍ଥିକ ବର୍ଷରେ ଡା ପ୍ରସାଦ ଆୟକର ରିର୍ଟନରେ ତାଙ୍କର ମୋଟ ଆୟ ୩୦୩.୫ କୋଟି ବୋଲି କହିଥିଲେ ।

ସେ ୧୯୮୦ରେ ପ୍ରଥମ ଥର ପାଇଁ ଜାହାନାବାଦ ଲୋକସଭାରୁ କଂଗ୍ରେସ ଟିକେଟରେ ନିର୍ବାଚନ ଜିତି ସାଂସଦକୁ ଯାଇଥିଲେ । କିନ୍ତୁ ଦ୍ୱିତୀୟ ଥର ୧୯୮୪ରେ ସାଧାରଣ ନିର୍ବାଚନ ହାରି ଯାଇଥିଲେ । ୧୯୮୫ରେ କଂଗ୍ରେସରୁ ପୁଣି ଥରେ ରାଜ୍ୟସଭା ସିଟରୁ ବିଜୟ ହାସଲ କଲେ ଏବଂ ସେବେଠୁ ହିଁ ସେ ଉଚ୍ଚ ସଦନରେ କଂଗ୍ରେସ, ଆରଜେଡି ଓ ଜେଡିୟୁରୁ ନିର୍ବାଚନ ଜିତିଥିଲେ ।

ସବୁଠୁ ବେଶି ଥର ସାଂସଦରେ ନିଜର ଉପସ୍ଥିତି ପ୍ରକଟ କରିଥିବା ଡା. ପ୍ରସାଦ ୨୧୧ଟି ଦେଶ ଭ୍ରମଣ କରି ସାରିଛନ୍ତି । ତାଙ୍କ ଅନ୍ତର୍ଜାତୀୟ ଯାତ୍ରାକୁ ଦେଖିବା ଯଦି ତେବେ ସେ ୫୩ ଥର ସଂଯୁକ୍ତ ରାଷ୍ଟ୍ର ଓ ୧୦ ଥର ଆମେରକିାର ଭ୍ରମଣ କରିସାରିଛନ୍ତି । ଏହା ବ୍ୟତୀତ ସେ ୯ ଏପ୍ରିଲ ୨୦୦୨ରୁ ୮ ଏପ୍ରିଲ ୨୦୦୩ ମଧ୍ୟରେ ଏକ ବର୍ଷରେ ୮୪ଟି ଦେଶର ଭ୍ରମଣ କରିସାରିଛନ୍ତି ।