ଲଦାଖର ଭାରତ-ଚୀନ ସୀମାରେ ଉତ୍ତେଜନା ଜାରି: ସୀମାରେ ଚୀନର ୫ ହଜାର ସେନା ମୂତୟନ ପରେ ଜବାବରେ ସୈନ୍ୟ ସଂଖ୍ୟା ବଢ଼ାଇଲା ଭାରତ । କ’ଣ ଚାହୁଁଛି ଚାଇନା?

1,678

କନକ ବ୍ୟୁରୋ: ଲଦାଖସୀମାରେ ଚିନ୍ ଖେଳୁଛି କି ଚାଲ୍? ଯେତେବେଳେ ଲଦାଖରେ ଥିବା ଭାରତ ଚୀନ ସୀମାରେ ଉତ୍ତେଜନା ଜାରି ରହିଛି । ଏହି ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣରେଖା ନିକଟରେ ଚୀନ ସେନା ପ୍ରାୟ ୫ ହଜାର ଯବାନ ମୁତୟନ କରିଥିବାରୁ ଭାରତ ମଧ୍ୟ ନିଜର ସୈନିକ ସଂଖ୍ୟା ବୃଦ୍ଧି କରିବାରେ କରିଛି । ଉଭୟ ପକ୍ଷର ବହୁ ସାମରିକ ଯାନ ସୀମା ନିକଟରେ ରହିଥିବା ଦେଖିବାକୁ ମିଳିଛି ।

ସୀମା ସେପଟେ ଚୀନ ସେନା ପକ୍ଷରୁ ଏକ ବଡ଼ଧରଣର ସମରାଭ୍ୟାସ ଚାଲିଥିବାରୁ ଭାରତୀୟ ସେନା ସତର୍କ ହୋଇଯାଇଛି । ଚୀନର ମୁକାବିଲା କରିବାକୁ ଭାରତୀୟ ସେନାର ୮୧ ଓ ୧୧୪ ବ୍ରିଗେଡକୁ ନିୟୋଜିତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗଲଓ୍ଵାନ ନାଲା ଅଞ୍ଚଳରେ ଚୀନ ସେନା ପକ୍ଷରୁ ସଡ଼କ ନିର୍ମାଣ ଚାଲିଥିବାରୁ ଭାରତୀୟ ସେନା ତାହାର ବିରୋଧ କରିଛି । ଏହା ସତ୍ତ୍ୱେ ଚୀନ ନିଜର ନିର୍ମାଣ କାମ ଜାରି ରଖିଛି । ଅନ୍ୟପକ୍ଷରେ ଏହି ଅଞ୍ଚଳରେ ଭାରତ ପକ୍ଷରୁ ଏକ ପୋଲ ନିର୍ମାଣ କରାଯାଉଥିବାରୁ ଚୀନ ତାହାର ବିରୋଧ କରିଛି ।

ଅନ୍ୟପକ୍ଷରେ ହିମାଚଳ ପ୍ରଦେଶ ସେକ୍ଟରରେ ମଧ୍ୟ ଚୀନ ସେନାର ଅନୁପ୍ରବେଶ ବଢିଚାଲିଥିବାରୁ ଭାରତୀୟ ସେନା ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି ।ଚୀନ ସୀମାରେ ଭାରତୀୟ ସେନା ଦୀର୍ଘ ଦିନ ଧରି ରହିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଚୀନ ସେନା ପଛକୁ ହଟୁ ନଥିବାରୁ ଭାରତୀୟ ସେନା ଏହି ନିଷ୍ପତ୍ତି ନେଇଛି । ଉଭୟ ପକ୍ଷର ବହୁ ସାମରିକ ଯାନ ସୀମା ନିକଟରେ ରହିଥିବା ଦେଖିବାକୁ ମିଳିଛି ।