ଗୋଟିଏ ଲିଭରରେ ବଂଚିଛି ଦୁଇଟି ଜୀବନ : ଏହି ଦମ୍ପତିଙ୍କ ସାହସ ଓ ଦୃଢ଼ ଇଚ୍ଛା ଶକ୍ତିକୁ ସଲାମ, ଆମେରିକାରେ ଜିତିଲେ ୧୪ଟି ମେଡାଲ

41

ସକାରାତ୍ମକ ଚିନ୍ତାଧାରା ଓ କଠିନ ପରିସ୍ଥିତିରେ ଲଢ଼ିବାର ଇଚ୍ଛାଶକ୍ତି ମଣିଷର ପରସ୍ପର ପାଇଁ ପ୍ରେରଣାର ସ୍ରୋତ ବନିିଯାଏ । ଚଣ୍ଡିଗଡର ଏକ ଦମ୍ପତି ମଧ୍ୟ କିଛି ଏମିତି କାରନାମା କରିଦେଖାଇଛନ୍ତି । ଏହି ଦମ୍ପତି ଗତ ୮ ବର୍ଷ ହେଲା ଗୋଟିଏ ଲିଭରର ସହାୟତାରେ ଜୀବନ ବଂଚୁଛନ୍ତି । କିନ୍ତୁ ତାଙ୍କର ଜୀବନ ବଂଚିବାର ମନୋବୃତ୍ତି କମାଲ । ତାଙ୍କର ନାଁ ପ୍ରବୀଣ କୁମାର ରତନ ଓ ରୂପା ଅରୋଡା । ଆମେରିକାରେ ଅଙ୍ଗଦାନ କରୁଥିବା ଲୋକଙ୍କ ପାଇଁ ଆୟୋଜିତ ଇଣ୍ଟରନ୍ୟାସନାଲ ଖେଳ ପ୍ରତିଯୋଗିତାରେ ଉଭୟ ୭-୭ଟି ଗୋଲ୍ଡ ମେଡାଲ ଜିତି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଭାରତରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦମ୍ପତିଙ୍କ ମଧ୍ୟରେ ଏମାନେ ଏକୁଟିଆ । ପ୍ରବୀଣ ୟୁଟି ସଚିବାଳୟରେ ଇଂଜିନିୟରିଂ ବିଭାଗରେ ବରିଷ୍ଠ ଆକାଉଣ୍ଟ ଅଫିସର ଓ ତାଙ୍କ ପତ୍ନୀ ରୂପା ସେକ୍ଟର -୩୮ ସରକାରୀ ସ୍କୁଲ ଟିଚର ଅଛନ୍ତି ।

ଉଭୟ ଟ୍ରାନ୍ସପ୍ଲାଣ୍ଟ ଗେମ୍ସ ଅଫ୍ ଆମେରିକାରେ ୧୪ଟି ମେଡାଲ ଜିତିଛନ୍ତି । ଏହି ପ୍ରତିଯୋଗିତାରେ ଏମିତି ବ୍ୟକ୍ତି ଭାଗ ନିଅନ୍ତି, ଯେଉଁମାନେ କୈାଣସି ଅଙ୍ଗଦାନ କରିଥିବେ । ରୂପା ତାଙ୍କ ପତିଙ୍କୁ ନିଜ ଲିଭରର ୬୫ ପ୍ରତିଶତ ଭାଗ ଦାନ କରିଛନ୍ତି, ଯଦ୍ୱାରା ତାଙ୍କ ଜୀବନ ବଂଚିପାରିଲା ।

ସୂଚନାଯୋଗ୍ୟ, ବର୍ଷ ୨୦୧୦ରେ ପ୍ରବୀଣଙ୍କୁ ପୋଲିଓ ହୋଇଯାଇଥିଲା । ଏହା ଦ୍ୱାରା ତାଙ୍କ ଲିଭର ଖରାପ ହୋଇଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ୨୦୧୧ରେ ତାଙ୍କ ପତ୍ନୀ ରୂପା ଲିଭର ଡୋନେଟ୍ କରିବାର ନିଷ୍ପତ୍ତି ନେଇଥିଲେ । ପାଖାପାଖି ୧୮ ଘଣ୍ଟାର ସର୍ଜରୀ ଚାଲିଥିଲା । ଏହାର ୪ ଦିନ ପରେ ସ୍ୱାସ୍ଥ୍ୟ ଖରାପ ହେବାରୁ ପୁଣି ଥରେ ସର୍ଜରୀ କରିବାକୁ ପଡିଥିଲା । କିନ୍ତୁୁ କଠିନ ପରିସ୍ଥିତିରେ ଉଭୟେ ଉଭୟଙ୍କ ହାତ ଛାଡିନଥିଲେ ।