୩ ଦିନ ପରେ ବଢିବ ଶୀତ । ୧୦ ଡିଗ୍ରୀ ତଳେ ୧୩ଟି ସହରର ପାରଦ । ପୁଣି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଲା ସୋନପୁର

486

କନକ ବ୍ୟୁରୋ: ରାଜ୍ୟକୁ ପୁଣି ଫେରିଛି ଶୀତ । ପ୍ରବଳ ଜାଡରେ ଥରୁଛି ଓଡିଶା । ଆଂଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ସୋନପୁରରେ ସବୁଠୁ ଅଧିକ ଥଣ୍ଡା ପଡିଛି । ସୋନପୁରର ସର୍ବନିମ୍ନ ତାପମାତ୍ରା ରହିଛି ୪.୮ ଡିଗ୍ରୀ । ତେବେ ୧୦ ଡିଗ୍ରୀ ତଳେ ରହିଛି ୧୩ଟି ସହରର ପାରଦ । ଫୁଲବାଣୀର ତାପମାତ୍ରା ୫ ଡିଗ୍ରୀ ରହିଥିବା ବେଳେ ଅନୁଗୁଳର ତାପମାତ୍ରା ରହିଛି ୬ ଡିଗ୍ରୀ, ଦାରିଙ୍ଗବାଡିର ତାପମାତ୍ରା ୭.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

ଟିଟିଲାଗଡର ତାପମାତ୍ରା ୬.୫, ଝାରସୁଗୁଡାର ୮.୪, କେନ୍ଦୁଝରଗଡର ୮.୮ ଡିଗ୍ରୀ ସେଲସିୟସ ରହିଛି । ସେହିଭଳି ସମ୍ବଲପୁର, ବଲାଙ୍ଗୀର ଓ କୋରାପୁଟରେ ପାରଦ ୯ଡିଗ୍ରୀ ରେକର୍ଡ ହୋଇଛି । ଭବନୀପାଟଣା ୯.୩, ସୁନ୍ଦରଗଡରେ ୯.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୧୦.୨ ଓ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୧୧.୩ ଡିଗ୍ରୀ ରେକର୍ଡ ହୋଇଛି । ତେବେ ରାଜ୍ୟରେ ଆଉ ୨ ଦିନ ଥଣ୍ଡା ଲାଗି ରହିବ ଏବଂ ତିନି ଦିନ ପରେ ତାପମାତ୍ରା ବଢିବା ନେଇ ସୂଚନା ଦେଇଛି  ଆଂଚଳିକ ପାଣିପାଗ କେନ୍ଦ୍ର ।

 

ସେପଟେ, ରାଜ୍ୟରେ ଅସହ୍ୟ ଜାଡ ଭିତରେ ଅନୁଭୂତ ହେଉଛି ପ୍ରବଳ ଥଣ୍ଡା । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡିରେ ପାରଦ ୭.୨ ଡୀଗ୍ରୀ ରେକର୍ଡ ରହିଛି । ତେବେ ଆଜି ଦାରିଙ୍ଗିବାଡିର ସିମନବାଡିରେ ହୋଇଛି ତୁଷାରପାତ । ଶୀତର ମଜା ନେବାକୁ ଲୋକେ ନିଆଁର ସାହାରା ନେଉଥିବା ଦେଖିବାକୁ ମିଳିଛି ।