ରାଜ୍ୟସଭାରେ ଅଟକିଲା ତିନି ତଲାକ ବିଲ ! ବିରୋଧୀଙ୍କ ଜିଦ ଯୋଗୁଁ ହୋଇପାରିଲାନି ଆଲୋଚନା

37

କନକ ବ୍ୟୁରୋ : ଆଜି ଶେଷ ହେଉଛି ସଂସଦର ଶୀତ ଅଧିବେସନ । ଏପରି ସ୍ଥିତିରେ ରାଜ୍ୟସଭାରେ ଝୁଲିରହିଥିବା ତିନି ତଲାକ ବିଲର ଭାଗ୍ୟ କଣ ହେବ ସେନେଇ ଦ୍ୱନ୍ଦ୍ୱ ଉପୁଜିଛି । କାରଣ ବିଲରେ ଆବଶ୍ୟକ ସଂଶୋଧନ ଦାବି କରି ଏହାକୁ ସିଲେକ୍ଟ କମିଟିକୁ ପଠାଇବା ଜିଦରେ ଅଡି ବସିଛି କଂଗ୍ରେସ । ଏପରିକି ସଂସଦର ଉଚ୍ଚ ସଦନରେ ମୋସନ ମଧ୍ୟ ଆଣିଛି । ଯାହାକୁ ଅସାମ୍ବିଧାନିକ ବୋଲି କହିଆସୁଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ଲୋକସଭାରେ ବିଲକୁ କଂଗ୍ରେସ ସମର୍ଥନ କରିଥିବାବେଳେ ରାଜ୍ୟସଭାରେ ବିରୋଧ କରି ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି ।

triple talaqସେପଟେ ଆଜି ରାଜ୍ୟସଭା କାର୍ଯ୍ୟସୂଚିରେ ଚର୍ଚ୍ଚା ପାଇଁ ଦ୍ୱିତୀୟ ନମ୍ବରରେ ଏହି ପ୍ରସଙ୍ଗକୁ ସ୍ଥାନିତ କରିଛନ୍ତି ସରକାର । ହେଲେ ପ୍ରଥମେ ଏହି ପ୍ରସଙ୍ଗରେ ଆଲୋଚନା କରି ଭୋଟିଂ ଦାବି କରୁଛନ୍ତି ବିରୋଧୀ । ଏଥିପାଇଁ କଂଗ୍ରେସ ତାର ସମସ୍ତ ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବା ପାଇଁ ହ୍ୱିପ ଜାରି କରିଛି କଂଗ୍ରେସ । ଯାହା ଅନୁମାନ କରାଯାଉଛି ବିଲଟିକୁ ସିଲେକ୍ଟ କମିଟିକୁ ପଠାଯିବ କି ନା ସେନେଇ ରାଜ୍ୟସଭାରେ ଭୋଟିଂ କରାଇ ପାରନ୍ତି ସରକାର । ଏପରି ହେଲେ ତିନି ତଲାକ ବିଲ ଚଳିତ ଅଧିବେସନରେ ପାରିତ କରାଇବା ସରକାରଙ୍କ ପାଇଁ ସମ୍ଭବ ହେବନାହିଁ ।