ଡିସେମ୍ବରରେ ମଧ୍ୟ ଅନୁଭୂତ ହେଉନି ଶୀତ ! ପାଣିପାଗ ବିଭାଗ କହିଲେ କାରଣ . . .

238

କନକ ବ୍ୟୁରୋ : ଡିସେମ୍ବର ମାସ ଆସିଯାଇଛି । ତଥାପି ଚଳିତ ବର୍ଷ ଏଯାଏଁ ଶୀତର ପ୍ରକୋପ ଜଣାପଡ଼ିନାହିଁ । ଅନ୍ୟ ବର୍ଷ ତୁଳନାରେ ଶୀତ ବହୁତ କମ୍ ଅନୁଭବ ହେଉଛି । ସାରା ଦେଶ ତଥା ଉତ୍ତର ଭାରତରେ ମଧ୍ୟ ଅନ୍ୟ ବର୍ଷ ତୁଳନାରେ କମ ଶୀତ ଅନୁଭୂତ ହେଉଛି । ତେବେ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ଏବେ ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିବ ନାହିଁ ।

ହେଲେ ନଭେମ୍ବରରେ ଜମ୍ମୁ, କଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶର କିଛି ଅଂଚଳରେ ବରଫପାତ ହୋଇଥିଲା । ଆଉ ଏହାର ପ୍ରଭାବରେ ଉତ୍ତର ଭାତରରେ ମଧ୍ୟ ଅଳ୍ପ ଥଣ୍ଡା ଅନୁଭୂତ ହୋଇଥିଲା । କିନ୍ତୁ ଏହି ସ୍ଥିତି ଏକ ଦୁଇ ଦିନ ପର୍ଯ୍ୟନ୍ତ ଚାଲିଥିଲା । ପାଣିପାଗ ବିଭାଗ ଅନୁସାରେ ଶୁଖା ପଶ୍ଚିମୀ ଛଡ଼ ଯୋଗୁଁ ଉତ୍ତର ଭାରତରେ ଶୀତଳ ପବବ ପ୍ରବେଶ କରିପାରୁ ନାହିଁ । ଫଳରେ ପ୍ରତି ବର୍ଷ ଡିସେମ୍ବର ମାସ ତୁଳନାରେ ଚଳିତ ବର୍ଷରେ କମ ଶୀତ କ ଅନୁଭୂତ ହେଉଛି ।

ବୈଜ୍ଞାନିକଙ୍କ ଅନୁସାରେ ଉତ୍ତର ପଶ୍ଚିମ ଭାରତରେ ଡିସେମ୍ବରର ତାପମାତ୍ରା ସାମାନ୍ୟ ସ୍ଥିତି ତୁଳନାେରେ ଅଧିକ ଥାଏ । ଅର୍ଥାତ ଦିଲ୍ଲୀରେ ରାତିରେ ତାପମାତ୍ରା ୧୦ ଡିଗ୍ରୀ, କିନ୍ତୁ ଆକାଶ ମେଘାଚ୍ଛନ୍ନ ଯୋଗୁଁ ତାପମାତ୍ରା ୧ ଡିଗ୍ରୀ ଅଧିକ ରହିଛି । ଏହି ପ୍ରକାରେ ତାପାମାତ୍ରା ୨୬-୨୭ ଡିକ୍ରଗି ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି । ସୂଚନା ଅନୁସାରେ ୧୧ ଡିସେମ୍ବର ପରେ ହିଁ ଥଣ୍ଡା ଅନୁଭୂତ ହୋଇପାରେ ।