ଶୀତରେ ଥରୁଛି ଓଡିଶା, ଫୁଲବାଣୀରେ ତାପମାତ୍ରା ସର୍ବନିମ୍ନ ୫ଡିଗ୍ରୀ ! ପଶ୍ଚିମରୁ ଉତ୍ତର, ଉପକୂଳରୁ ଆଭ୍ୟନ୍ତର ୧୦ଟି ସ୍ଥାନରେ ରାତିର ପାରଦ ୧୦ ଡିଗ୍ରୀ ତଳେ

42

କନକ ବ୍ୟୁରୋ : ଶୀତରେ ଥରୁଛି ସାରା ଓଡିଶା । ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ହିମାଳୟରୁ ଆସୁଥିବା ଉତ୍ତର- ପଶ୍ଚିମ ଶୁଷ୍କ ଓ ଥଣ୍ଡା ପବନ ଯୋଗୁଁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରି ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଫୁଲବାଣୀ ସହରରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଓ ଦାରିଙ୍ଗବାଡିରେ ପାରଦ ୫ ଦଶମିକ ୫ ଡିଗ୍ରୀକୁ ଖସିଆସିଛି । କୋରାପୁଟ ଜିଲ୍ଲାର ଲମତାପୁଟ ଅଂଚଳରେ ବରଫପାତ ହୋଇଛି । ୧୦ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିଛି । ପଶ୍ଚିମ, ଉତ୍ତର ଏପରିକି ଉପକୂଳ ଓଡିଶା ବି ଥଣ୍ଡାରୁ ବାଦ ପଡିନାହିଁ । ବାଲେଶ୍ୱରରୁ ଝାରସୁଗୁଡା ଯାଏଁ ସକାଳେ ପ୍ରବଳ କୁହୁଡି ଅନୁଭୂତ ହେଉଛି । ତେବେ ଆସନ୍ତା ୨୫ ତାରିଖ ଯାଏଁ ଏଭଳି ଥଣ୍ଡା ଅନଭୂତ ହେବ ବୋଲି ଜଣାପଡିଛି ।

ଗତକାଲି ଭଳି ଆଜି ଜାଡ଼ରେ କମ୍ପୁଛି ସାରା ରାଜ୍ୟ । ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ଲହରୀ ପରିସ୍ଥିତି ଜାରି ରହିଛି । ବିଶେଷ କରି ଫୁଲବାଣୀ ସହରରେ ସର୍ବନିମ୍ନ ତାପମାତ୍ରା ୫ପ୍ସ, ଦାରିଙ୍ଗିବାଡ଼ିରେ ୫.୫ପ୍ସ ରେକର୍ଡ ହୋଇଛି । କୋରାପୁଟ ଜିଲ୍ଲାର ଜଳଭଣ୍ଡାର ଘେରା ଲମତାପୁଟ ଅଞ୍ଚଳରେ ବରଫପାତ ହୋଇଛି । ବଡ଼ଦିନ ଅର୍ଥାତ୍ ୨୫ ତାରିଖ ଯାଏଁ ଏଭଳି ଥଣ୍ଡାର ପ୍ରକୋପ ଜାରି ରହିବ । ସୂଚନା ମୁତାବକ ଉତ୍ତର ଦିଗରୁ କାଲୁଆ ପବନ ବହୁଛି । ପବନର ବେଗ ବି ଅଧିକ ରହୁଛି ।

ଆଜି ୧୦ଡିଗ୍ରୀ ତଳେ ରହିଥିବା ଅନ୍ୟ ସ୍ଥାନଗୁଡ଼ିକ ହେଉଛି ହୀରାକୁଦ(୭.୯ଡିଗ୍ରୀ), କୋରାପୁଟ(୮.୦ଡିଗ୍ରୀ), କେନ୍ଦୁଝର(୮.୪ଡିଗ୍ରୀ), ଭବାନୀପାଟଣା(୮.୫ଡିଗ୍ରୀ), ସୁନ୍ଦରଗଡ଼(୯ଡିଗ୍ରୀ), ସୋନପୁର (୯.୪ଡିଗ୍ରୀ), ଅନୁଗୁଳ(୯.୬ଡିଗ୍ରୀ), ଝାରସୁଗୁଡ଼ା(୯.୮ଡିଗ୍ରୀ) । ଏହି ସ୍ଥାନଗୁଡ଼ିକ ଛାଡ଼ିଦେଲେ ବଲାଙ୍ଗୀରରେ ୧୦ପ୍ସ ଥିବା ବେଳେ ସମ୍ବଲପୁରରେ ୧୦.୨ପ୍ସ, ଟିଟିଲାଗଡ଼ରେ ୧୧ଡିଗ୍ରୀ, କଟକରେ ୧୧.୫ଡିଗ୍ରୀ, ଭୁବନେଶ୍ୱରରେ ୧୨.୪ଡିଗ୍ରୀ, ବାଲେଶ୍ୱର, ମାଲକାନଗିରିରେ ୧୨.୬ଡିଗ୍ରୀ, ବାରିପଦାରେ ୧୨.୮ଡିଗ୍ରୀ ରେକର୍ଡ ହୋଇଛି । ଆଜି ସବୁଠି ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳକୁ ଖସିଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନରେ ୨୩ରୁ ୨୯ଡିଗ୍ରୀ ମଧ୍ୟରେ ରହିଛି ।