ଭର୍ଦ୍ଦା ପରେ ଫେରିଛି ଶୀତ: କନ୍ଧମାଳରେ ୬ ଦଶମିକ ୫ ତଳେ ପାରଦ

77

କନକ ବ୍ୟୁରୋ : ଭର୍ଦ୍ଦା ପରେ ଫେରିଛି ଶୀତ । ହାଡ ଭଙ୍ଗା ଜାଡରେ ଥରୁଛି ସାରା ଓଡିଶା । ସକାଳୁ ସକାଳୁ ଘନ କୁହୁଡି ପଡିବା ସହ ଥଣ୍ଡା ପବନ ମଧ୍ୟ ବହୁଛି । କନ୍ଧମାଳ ଓ ଦାରିଙ୍ଗବାଡିରେ ଶୀତର ପ୍ରକୋପ ବଢୁଛି । ସକାଳ ୧୦ ଆଗରୁ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁଜାଳି ବସି ରହୁଛନ୍ତି । ସେପଟେ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତର ମଜ୍ଜା ଉଠାଉଛନ୍ତି ପର୍ଯ୍ୟଟକ । ଘନ କୁହୁଡି ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଛି । ସୂଚନା ଅନୁସାରେ କନ୍ଧମାଳରେ ପାରଦ ୬ ଦଶମିକ ୫ ଡିଗ୍ରୀ ତଳେ ଥିବା ବେଳେ ଦାରିଙ୍ଗବାଡିରେ ତାପମାତ୍ରା ରହିଛି ୮ଡିଗ୍ରୀ ସେଲସିୟସ ।